ନିରାକାରପୁର,୨୫/୧୨/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ଡବେଦପାଠଶାଳାରେ ପବିତ୍ର ତୁଳସୀ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ଗୋପାଳ ଚନ୍ଦ୍ର ମହାପାତ୍ର, ବିଷ୍ଣୁପ୍ରିୟା ପଟ୍ଟଯୋଷୀ, ପଣ୍ଡିତ ବସନ୍ତ କୁମାର ପଣ୍ଡା ଓ ବେଦବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ହିନ୍ଦୁ ସନାତନ ଧର୍ମର ଆରାଧ୍ୟା ମାତା ତୁଳସୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ସମୂହ ଶ୍ରୀ ପୁଣ୍ଡରୀକକୃତଂ ତୁଳସୀସ୍ତୋତ୍ରଂ ପାଠ କରାଯାଇଥିଲା।