ନିଶ୍ଚିନ୍ତକୋଇଲି, ୨୫/୧୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) – ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଦୁଃଖଦ ମୃତ୍ୟୁଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଂଚାୟତର ବନମାଳୀପୁର ଗାଁ ର ୧୬ ନମ୍ବର ଓ୍ୟାର୍ଡ ରେ। ଏହି ଗାଁ ର ସତ୍ୟ ସୁନ୍ଦର ପଣ୍ଡା ଙ୍କ ବଡ଼ଝିଅ ୯ ବର୍ଷ ଓ ସାନ ଝିଅ ୫ ବର୍ଷର ଖେଳୁଥିବା ବେଳେ ପୋଖରୀ ରେ ପଡ଼ି ଯାଇଥିଲେ। କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ ।
ତେବେ କିଛି ସମୟ ପରେ ସେମାନଙ୍କୁ ପୋଖରୀରେ ଭାସୁଥିବା ଦେଖୁବାକୁ ମିଳିଥିଲା। ପରେ ପରେ ନିଶ୍ଚିନ୍ତକୋଇଲି ସିଏଚସିକୁ ସେମାନଙ୍କୁ ଅଣାଗଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖେଳୁଥିବା ସମୟରେ ଜଣେ ଭଉଣୀ ବୁଡିଯାଉଥିବା ଦେଖି ଅନ୍ୟଜଣେ ତାକୁ ବଞ୍ଚାଇବାକୁ ଯାଇ ଉଭୟଙ୍କର ଏଭଳି ମୃତ୍ୟ ହୋଇଥିବା ଅନୁମାନ କରାଯାଉଛି। ନିଶ୍ଚିନ୍ତକୋଇଲି ପୋଲିସ ଦୁଇ ନାବାଳିକାଙ୍କ ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।