ନିରାକାରପୁର, ୨୫/୧୨/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଡ଼୍ରାଇଭର ମହାସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଟାଙ୍ଗୀ ବ୍ଲକ ଓଡ଼ିଶା ଡ଼୍ରାଇଭର ମହାସଂଘ ଭାସ୍କର ମହାପାତ୍ରଙ୍କ ଆବାହକତ୍ୱରେ ଖୋର୍ଦ୍ଧା ଜିଲ୍ଲା ଯାଜପୁର ତୋଟ।ଭାଗବତୀ ପୀଠ ରେ ଅନୁଷ୍ଠିତ କର୍ମକର୍ତ୍ତା ଚୟନ ସଭାରେ ଟାଙ୍ଗୀ ଓ ନିରାକାରପୁର ଅଞ୍ଚଳର ବହୁ ଡ଼୍ରାଇଭର ଭାଇମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟରେ ଓଡ଼ିଶା ଡ଼୍ରାଇଭର ମହାସଂଘ ବେଶ ସଂଗଠିତ ରହିଛି । ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ଙ୍କ ଦୃଷ୍ଟିକୁ ଆଣିବା ପାଇଁ ସଂଘକୁ ମଜବୁତ କରିବା ଉଦ୍ଦେଶ୍ୟରେ ନିରାକାରପୁର ରେ ନୂତନ କରି ଗଠିତ ହୋଇଥିବା ଡ଼୍ରାଇଭର ମହା ସଂଘ ସଭାପତି ଭାବେ ମାଗୁଣି ନାୟକ, ଉପସଭାପତି ଭାବେ ବିଜୟ କୁମାର ବେହେରା, ସମ୍ପାଦକ ଭାବେ ପ୍ରଦୀପ ସେନାପତି, ସହ ସମ୍ପାଦକ ବିଜୟ କୁମାର ମହାପାତ୍ର, ଉପଦେଷ୍ଟା ଭାବେ ସତ୍ୟବାନ ଦାସ ଓ କୋଷାଧ୍ୟକ୍ଷ ଭାବରେ ଜୟକୃଷ୍ଣ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ଓଡ଼ିଶା ଡ଼୍ରାଇଭର ମହା ସଂଘ ନିୟମ ମାନି ଚାଲିବାକୁ ପରାମର୍ଶ ଦିଆଯାଇଥିଲା।
ଏହି ବୈଠକରେ ଟାଙ୍ଗୀ ବ୍ଲକ ଡ଼୍ରାଇଭର ମହା ସଂଘର ଏସ ଆର ସୌରନ୍ ,ପ୍ରଫୁଲ୍ଲ କୁମାର ପରିମାଣିକ, ଭାସ୍କର ମହାପାତ୍ର, ସଂଗ୍ରାମ ମହାପାତ୍ର, ଅଜିତ କୁମାର ମହାନ୍ତି, ରସାନନ୍ଦ ମୁଦୁଲି, ନିରାକାରପୁରର ପବିତ୍ର କୁମାର ମାଣିଆ, ଦୟାନିଧି ସାହୁ, ଗୋବର୍ଦ୍ଧନ ରାଉତରାୟ, ଉଗ୍ରସେନ ରାଉତରାୟ, ଟୁଟୁ ପଟ୍ଟନାୟକ, ଦିଲ୍ଲୀପ କୁମାର ମହାପାତ୍ର, ସୁନିଲ ପ୍ରଧାନ, ଘନଶ୍ୟାମ ପ୍ରଧାନ, ଅମରନାଥ ପରିଡା, କୃଷ୍ଣ ଚନ୍ଦ୍ର ରାଉତରାୟ ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।