କେନ୍ଦ୍ରାପଡ଼ା,୨୫/୧୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରପାଳିକା ଦ୍ୱାରା ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରୀକେଟ ମ୍ୟାଚ କେନ୍ଦ୍ରାପଡା ସାମ୍ବାଦିକ ଓ ପୌର କାଉନସିଲରମାନଙ୍କ ମଧ୍ୟରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚକୁ ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମେ ଟଚ ଜିତି କେନ୍ଦ୍ରାପଡା ସାମ୍ବାଦିକ ୧୫ଓଭରରେ ୩ ୱିକେଟ ବିନିମୟରେ ୨୪୬ରନ ସଂଗ୍ରହ କରିଥିଲା ।
କେନ୍ଦ୍ରାପଡା ସାମ୍ବାଦିକ ପକ୍ଷରୁ ସର୍ବାଧିକ ସ୍କୋର ୯୪ କରିଥିଲେ ଖୁର୍ସିଦ୍ଧ ଆଲମ ଖାଁ ଓ ମହେଶ ପାଢୀ ୭୩ରନ କରିଥିଲେ । ପରେ ସେହି ବିଶାଳ ସ୍କୋରକୁ ପିଛା କରି କେନ୍ଦ୍ରାପଡା ପୌର କାଉନସିଲର ୧୫ ଓଭରରେ ୨୪୭ରନ କରି ମ୍ୟାଚ ଜିତି ଯାଇଥିଲେ ।
ପୌର କାଉନସିଲର ପକ୍ଷରୁ ସେକ ଅସଲମ ୪୪ରନ ସଂଗ୍ରହ କରିଥିବା ବେଳେ ପ୍ରଭାଶିଷ ପଣ୍ଡା ୧୩୦ରନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ବେଷ୍ଟ ବୋଲର ଭାବେ ସମ୍ବାଦର ଜିଲ୍ଲା ପ୍ରତିନିଧି ସୁବ୍ରତ ସାମଲ, ମ୍ୟାନ ଅଫ ଦି ମ୍ୟାଚ ପ୍ରଭାଶିଷ ପଣ୍ଡା, ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖୁର୍ସିଦ୍ଧ ଆଲମ ଖାଁ, ମହେଶ ପାଢୀ ଓ ସେକ ଅସଲମ ପ୍ରମୁଖଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।