ନିରାକାରପୁର,୨୫/୧୨/୨୦୨୨ (ଓଡ଼ିଶା ସମାଚାର)- ଦିନକୁ ଦିନ ଶୀତ ବଢିବାରେ ଲାଗିଛି।ଜାଡରେ ଥରୁଛି ସାରା ଓଡିଶା। ଶୀତ ଯୋଗୁଁ ବୟସ୍କ ଅସହାୟ ମାନେ ଛଟପଟ ହେଉଛନ୍ତି।ଏଇ ଅସହାୟ ମାନଙ୍କ ନିକଟରେ ସାହାରା ହୋଇ ପ୍ରଦାନ କରିଛନ୍ତି ଶୀତବସ୍ତ୍ର। ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆ ଗ୍ରାମପଞ୍ଚାୟତ କୋଲସାହି ଗ୍ରାମ ର ଜଣେ ଉଦୀୟମାନ ପରୋପକାରୀ ଯୁବକ ରଂଜନ କୁମାର ଦାଶ ଙ୍କ ନେତୃତ୍ବରେ ୭ନମ୍ବର ୱାର୍ଡ ମେମ୍ବର ସଞ୍ଜୁକ୍ତା ମିଶ୍ର ସହଯୋଗ ରେ ଗାଁ ସହପାଠୀ ମାନେ ମିଶି ନିଜ ପକେଟ ଖର୍ଚ୍ଚ ରୁ ଅସହାୟ, ବୃଦ୍ଧ,ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରିଛନ୍ତି। ଆଜି ଡିଆ ଗ୍ରାମପଞ୍ଚାୟତ ର ୨୩ଜଣଙ୍କୁ ଶୀତ ବତ୍ସ ସହ ଵିସ୍କୁଟ ବଣ୍ଟନ କରାଯାଇଥିଲା । କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ କାହ୍ନୁନାୟକ ଓ କିଶୋର ଦଳେଇ । ରଂଜନ ଓ ତାଙ୍କ ସହପାଠୀ ମାନଙ୍କ ଏଭଳି କାର୍ୟ୍ୟ କୁ ଡିଆ ଗ୍ରାମପଞ୍ଚାୟତ ରେ ବୁଦ୍ଧିଜୀବୀ ମାନେ ବେଶ ପ୍ରଶଂସା କରିଥିଲେ।