ନିରାକାରପୁର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ବଜରଙ୍ଗ ଦଳ ପତାକାକୁ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଭାଙ୍ଗିତଳେ ପକାଇ ଅସମ୍ମାନ କରିଥିବା ରୁ ନିରାକାରପୁର ରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ଜଣାପଡିଛି ଖଜୁରିପଡା ପଡା ଗ୍ରାମର ବଜରଂଗ ଦଳର ଜଣେ ସଦସ୍ୟ ସୈ।ମ୍ୟରଂଜନ ବିଶୋଇ ନିଜ ମୋଟର ସାଇକେଲ ରେ ନିଜ ଘରକୁ ଯାଉଥିବା ବେଳେ ଖଜୁରିପଡା ଗ୍ରାମ ନିକଟରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ଯୁବକ ବଳପୂର୍ବକ ଅଟକାଇଥିଲା। ସୈ।ମ୍ୟରଂଜନ ର ଗାଡିରେ ଲାଗିଥିବା ବଜରଂଗ ଦଳ ପତାକା ଛିଣ୍ଡାଇ ଭାଗିଂ ତଳେ ପକାଇ ପାଦରେ ଦଳି ଦେଇଥିଲା ଏବଂ ଗାଳିଗୁଲଜ କରି ହାଣିବାକୁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।ଏହି ଘଟଣାକୁ କେନ୍ଦ୍ର କରି ଆଂଚଳିକ ହିନ୍ଦୁ ସଂଗଠନର ଶତାଧିକ ଯୁବକ ନିରାକାରପୁର ଥାନାରେ ପହଞ୍ଚି ଅଭିଯୁକ୍ତ ବିରୁଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରି ଥିଲେ। ପୋଲିସ କାର୍ୟ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାରୁପରିସ୍ଥିତି ଶାନ୍ତ ପଡିଥିଲା।ତଥାପି ବଜରଂଗ ଦଳର ପତାକାକୁ ଅସମ୍ମାନ କରିଥିବା ଘଟଣାକୁ ନେଇ ନିରାକାରପୁର ଅଂଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣା ଉପରେ ତିକ୍ଷ୍ଣ ନଜର ରଖିଥିବା ଜଣାପଡିଛି।