ଲକ୍ଷ୍ମୀପୁର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଚଳିତ ବର୍ଷର ଶୀତକାଳୀନ ସ୍ଵତନ୍ତ୍ର ଶିବିର ରଞ୍ଜିତ ଗୁଡା ଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି।ଶିବିର ଆରମ୍ଭରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଠାକୁରଙ୍କ ନିକଟରେ ପୁଜାର୍ଚନା କରାଯାଇ ଅତୀତରେ ଆୟୋଜନ ହୋଇ ଥିବା ଶିବିର ବିଷୟରେ ବର୍ଣ୍ଣନା କରା ଯାଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିପିଓ ସୁଧୀର କୁମାର ବେହେରା ସ୍ଵେଚ୍ଛାସେବୀ ମାନଙ୍କୁ ସେମାନଙ୍କ କାର୍ୟ୍ୟକାରିତା ଉପରେ ଉପଦେଶ ଦେଇଥିଲେ।
ଏଥିସହ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ ଏବଂ ବରିଷ୍ଠ ଓଡ଼ିଆ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ସାହୁ ଓ ଇଂରାଜୀ ପ୍ରାଧ୍ୟାପକ ଗିରିଜା କୁମାର ଚୌଧୁରୀ ସ୍ଵେଛା ସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ବ ସମ୍ପର୍କରେ ବୁଝାଇଥିଲେ।
ଏହି ସଭାକୁ ଜାତୀୟ ସେବା ଅଧିକାରୀ ଅଧ୍ୟାପକ ଦୁର୍ଯ୍ୟୋଧନ ସାହୁ ଓ ଅଧ୍ୟାପିକା ସୁଶ୍ରୀ ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ୫୦ ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀ ସ୍ଵେଚ୍ଛାସେବୀ ଭାବେ ଯୋଗ ଦେଇ ସାତ ଦିନ ଧରି ରହି ବିଭିନ୍ନ ପ୍ରକାର ସାମାଜିକ କାର୍ୟ୍ୟ କରିବେ ଓ ଏହି ଶିବିର ସାତ ଦିନ ଧରି ଚଳିବ ବୋଲି ଜାତିୟ ସେବା ଯୋଜନା ତରଫରୁ ସୁଚନା ମିଳିଛି।ଏଥିରେ ଅଧ୍ୟାପକ ଶୀତଳ ପ୍ରସାଦ ଦାସ, ଟଙ୍କଧର ନାଏକ, ଲକ୍ଷ୍ମୀକାନ୍ତ ଟାକ୍ରୀ ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରୀଆନ୍ ଏକେଶ୍ୱର ଖରା, ଅଶୋକ ମାଝୀ, ଚନ୍ଦ୍ରମା ମୁଦୁଲି ଓ ଭଜମନ ବିଶୋୟୀ ଯୋଗ ଦେଇ ସହଯୋଗ କରିଥିଲେ।