Thursday , February 2 2023
Breaking News
Home / ବିଶେଷ / ଘରଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ସରପଞ୍ଚ

ଘରଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ସରପଞ୍ଚ

ଯାଜପୁର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଏହି ବ୍ଲକ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ  ବିଷ୍ଣୁପ୍ରିୟା ମହାକୁଡ଼ ଲୋକମାନଙ୍କ କାମ କରିବା ପାଇଁ ସଦାସର୍ଵଦା  ତତ୍ପର ଥିବା ଦେଖିବାକୁ ମିଳୁଛି । ପଞ୍ଚାୟତ କୁ ସରସ ସୁନ୍ଦର କରିବାକୁ ଦୃଢ଼ ପ୍ରତିଜ୍ଞା ନେଇଛନ୍ତି ଶ୍ରୀମତୀ ମହାକୁଡ଼ । ସେଇଥିପାଇଁ ସେ ପ୍ରତ୍ୟହ ପଞ୍ଚାୟତ କୁ ଧାଇଁ ଆସନ୍ତି ଓ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝାସୁଝା କରନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ମହାକୁଡ଼ ଆଜି ୧୨ ନ ୱାର୍ଡରେ ପହଂଚି ଲୋକମାନଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ସଂଗ୍ରହ କରି ଉପରିସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖୁବ ଶିଘ୍ର ସେମାନଙ୍କ ଅଭିଯୋଗ ସମାଧାନ ହେବ ବୋଲି ଶ୍ରୀମତୀ ମହାକୁଡ଼ ସୂଚନା ଦେଇଛନ୍ତି ଓ ଏହି କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.