Friday , February 3 2023
Home / କ୍ରୀଡ଼ା / ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଚଣ୍ଡିଖୋଲ ଠାରୁ ହାରିଗଲା ଭୁବନ କଲେଜ

ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଚଣ୍ଡିଖୋଲ ଠାରୁ ହାରିଗଲା ଭୁବନ କଲେଜ

ଭୁବନ ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କଟକ ଜିଲ୍ଲା ବାଳି କଲେଜ ଖେଳପଡିଆରେ ଅନୁଷ୍ଠିତ ହେଉଥିବା ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପ୍ରଥମ ଥର ପାଇଁ ଗ୍ରୁପ “ଏ” ର ଶୀର୍ଷ ସ୍ଥାନ ହାସଲ କରିବା ସହ ଫାଇନାଲକୁ ଉନ୍ନୀତ ହୋଇଥିଲା । ଗ୍ରୁପ “ବି” ର ବିଜେତା ଚଣ୍ଡିଖୋଲ କଲେଜ ସହ ଭୁବନ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା । ଚଣ୍ଡିଖୋଲ କଲେଜ ୨୦ ଓଭରରେ ୨୪୩ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଭୁବନ କଲେଜ ୨୩୩ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଭୁବନ କଲେଜ ର ଲୋଟସ ଗୁରୁ ବ୍ୟକ୍ତିଗତ ଭାବେ ୮୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଚଣ୍ଡିଖୋଲ କଲେଜ ଯଦିଓ ମ୍ୟାଚ ବିଜେତା ହୋଇଥିଲା କିନ୍ତୁ ଭୁବନ କଲେଜ ଚିତାକର୍ଷକ ତଥା ଆକର୍ଷଣୀୟ ଖେଳ ଖେଳି ହୃଦୟ ଜିତି ନେଇଥିଲା । ମ୍ୟାନେଜର କୈଳାସ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନରେ ଭୁବନ କଲେଜ ପ୍ରଥମ ଥର ପାଇଁ ରନର୍ସ ଅପ ହୋଇଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ ବେହେରା ଅଧିନାୟକ ପ୍ରଭାସ କୁମାର ସାହୁ ଙ୍କ ନେତୃତ୍ୱାଧିନ ୧୪ ଜଣିଆ ଦଳ ଓ ମ୍ୟାନେଜର ଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published.