Friday , February 3 2023
Home / ବିଶେଷ / ମହିଳା ନିଖୋଜ ନେଇ ଥାନାରେ ଜଣାଇଲେ ସ୍ୱାମୀ

ମହିଳା ନିଖୋଜ ନେଇ ଥାନାରେ ଜଣାଇଲେ ସ୍ୱାମୀ

 ଲକ୍ଷ୍ମୀପୁର, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦରରୁ ବୁଧବାର ପାହାନ୍ତିଆରୁ ଜଣେ ମହିଳା ନିଖୋଜ ଥିବା ତାଙ୍କ ସ୍ଵାମୀ ରବି ସେଠୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ତାଙ୍କ ନାମ କୁମାରୀ ସେଠୀ ।  ସିଏ ରାତି ତିନିଟାରୁ କେଉଁ ଆଡେ ଚାଲି ଯାଇଛନ୍ତି ,ତାହାଏଜାଏଁ ଜଣା ପଡିନି। ସିଏ ଧରିଥିବା ମୋବାଇଲ ବର୍ତମାନ ସୁଧା ସୁଇଚ୍ ଅଫ୍ ଥିବା ବେଳେ ପ୍ରତ୍ୟେକ ଥାନାକୁ ଖବର ଦେଇ ଲକ୍ଷ୍ମୀପୁର ପୋଲିସ ସିସି ଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ଵେତ ପଦ୍ମା ସେଠ୍ ପ୍ରକାଶ କରିଛନ୍ତି।ତଥାପି ଘଟଣାକୁ ତିନିଦିନ ବିତିବାକୁ ବସିଲାଣି ହେଲେ ଲକ୍ଷ୍ମୀପୁର ପୋଲିସ ଏଜାଏଁ ନିଖୋଜ ମହିଳାଙ୍କ ପତା ଲଗାଇ ପାରି ନାହିଁ। ମଙ୍ଗଳବାର ରାତିରେ ଉକ୍ତ ମହିଳା ଜଣଙ୍କ ନିଜ ସ୍ଵାମୀ ଓ ଦୁଇଟି ଛୁଆଙ୍କ ସହ ଖାଇ ପିଇ ଶୋଇ ପଡିଥିଲେ। ରାତି ତିନିଟା ବେଳେ ତାଙ୍କ ସ୍ଵାମୀଙ୍କ ନିଦ ଭାଙ୍ଗିବାରୁ ପାଖରେ ନିଜର ସ୍ତ୍ରୀ ନଥିବା ଦେଖି ଚାରିଆଡେ ଖୋଜା ଖୋଜି କରି କେଉଁଠାରେ ତାଙ୍କର ସନ୍ଧାନ ନପାଇ ବାଧ୍ୟ ହୋଇ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ବର୍ତମାନ ସୁଧା ମହିଳାଙ୍କର କୌଣସି ଖୋଜ ଖବର ନଥିବା ବେଳେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।ମହିଳା ଜଣଙ୍କ କିପରି ଦୁଇଟି କୋମଳମତି ଛୁଆଙ୍କୁ ଛାଡି ଚାଲି ଗଲେ ତାହା ସାହି ପଡିଶାରେ ଚର୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published.