Thursday , February 2 2023
Breaking News
Home / ବିଶେଷ / ଡାକ୍ତର ଗୋବିନ୍ଦ ଦାସଙ୍କ ବିୟୋଗ

ଡାକ୍ତର ଗୋବିନ୍ଦ ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା,୨୩/୧୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବଳଗଣ୍ଡି ଗ୍ରାମସ୍ଥିତ ଶତାୟୁ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାସଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ବିୟୋଗ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା । ସେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତର ଅରୁଆ କଦଳୀବଣ ଗ୍ରାମରେ ୧୯୧୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଡାକ୍ତର ସ୍ୱର୍ଗତ ଦାସ ହେଉଛନ୍ତି ଲୋକସେବକ ମଣ୍ଡଳର ପ୍ରାକ୍ତନ ସଭାପତି ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ସମୁଦି । ସେ ୧୯୫୨ରୁ ୧୯୫୮ ମସିହା ପର୍ଯ୍ୟନ୍ତ ୬ବର୍ଷ ଧରି ସୈନ୍ୟବାହିନୀରେ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ୧୯୬୪ ମସିହାରେ ଓଡ଼ିଶାର ତତକାଳୀନ ରାଜ୍ୟପାଳ ଅଯୋଧ୍ୟାନାଥ ଖୋସଲାଙ୍କର ମଧ୍ୟ ଡାକ୍ତର ଥିଲେ ।  ସେହିବର୍ଷ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଅସୁସ୍ଥ ହୋଇପଡିବାରୁ ସ୍ୱର୍ଗତ ଦାସ ତାଙ୍କୁ ଚିକିତ୍ସା କରିଥିଲେ । ୧୯୬୪ ମସିହା ଶେଷ ଭାଗରେ ସ୍ୱର୍ଗତ ଦାସ ସ୍ୱେଚ୍ଛାକୃତ ଅବସର ନେଇ କେନ୍ଦ୍ରାପଡା ସହରର ବଳଗଣ୍ଡି ଠାରେ ନିଜ କ୍ଲିନିକରେ  ଚିକିତ୍ସା କରୁଥିଲେ । ତାଙ୍କ ବିୟୋଗରେ ସାରା କେନ୍ଦ୍ରାପଡା ସହରରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ମର ଶରୀର ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published.