ନିରାକାରପୁର, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ଖେଳ ପଡିଆ ରେ ମା ମଙ୍ଗଳା ସ୍ପୋଟିଙ୍ଗ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୪ ର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲ ରେ ବେଗୁନିଆ ଠଣାପଲୀ ଫୁଟବଲ ଟିମ୍ କୁ ଖୋର୍ଦ୍ଧା ଅନୁଗୁଳ ଫୁଟବଲ ଟିମ୍ ଭେଟିଥିଲ। । ଖେଳ ବେଶ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ୨-୦ ଗୋଲ କରି ଠଣାପଲୀ ବିଜୟ ହୋଇ ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ରବିନାରାୟଣ ରଣା, ସୁକାନ୍ତ କୁମାର ପ୍ରଧାନ ଓ ଦୟା ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଅତିଥି ଭାବେ ବିଜେଡ଼ି ଜିଲ୍ଲା ଉପସଭାପତି ବିପିନ କୁମାର ଜୟସିଂହ, ୧୨ନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, କମାଗୁରୁ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ଯୁବ ନେତା ବିଧୂ ଭୂଷଣ ମହାରଣା, ବିରେଶ୍ ରାଜଗୁରୁ, ଓ ସଂଘ୍ ସଭାପତି ଦିଲ୍ଲୀପ କୁମାର ସେଠୀ, ଧର୍ମାଧର ମୁଦୁଲି, ବଟକୃଷ୍ଣ ସାହୁ ଓ ଶରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ୨୫ ତାରିଖରେ ଫାଇନାଲ ମ୍ୟାଚ ଠଣାପଲୀ ଓ ଟାଙ୍ଗୀ ମଧ୍ୟ ରେ ଅନୁଷ୍ଠିତ ହେବ।