ଜୁନାଗଡ, ୨୩/୧୨/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ ର ସିଡିପିଓ ସଂଯୁକ୍ତା ବେହେରା(୫୭) ଙ୍କର ହୃଦଘାତ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସକାଳ ୬ ଟା ସମୟ ରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସେ ଜୁନାଗଡ ରେ ୨୦୧୪ ରେ ସିଡିପିଓ ପଦବି ରେ ଯୋଗ ଦେଇଥିଲେ । ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୬ ମସିହା ରେ ଜିଲ୍ଲା ସ୍ତର ରେ ପୁରସ୍କୃତ ହୋଇଥିଲେ । ସେ ୨୦୦୭ ଏବଂ ୨୦୧୦ ମସିହା ରେ କେସିଙ୍ଗା ରେ କାର୍ଯ୍ୟରତ ଥିବା ସମୟ ରେ ମଧ୍ୟ ପୁରସ୍କୃତ ହୋଇଥିଲେ। ସେ ୨୦୧୮ ମସିହା ରେ ୧୨୬୫ ଏସ୍ଏଚଜି ଗଠନ କରି ଜିଲ୍ଲା ସ୍ତର ରେ ମହିଳା ସଶକ୍ତିକରଣ ରେ ଉଦାହରଣ ସାଜିଥିଲେ। ସିଡ଼ିପିଓ ସଂଯୁକ୍ତା ବେହେରା ଙ୍କ ବିୟୋଗ ରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏବଂ ତାଙ୍କ ସହକର୍ମୀ ଶୋକ ପ୍ରକାଶ କରିଛନ୍ତି।