ଲକ୍ଷ୍ମୀପୁର, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)- ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗ୍ରାମ ଠାରେ ଆଜି ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଲ୍ୟାମ୍ପ ଏମଡି ସୁରେସ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଭୁ ଜାନି ଯୋଗ ଦେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ଅଧିକାରୀ ପ୍ରଭାସ ରଞ୍ଜନ ସତପଥି,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତି କୁଲଦିପ୍,ସରପଞ୍ଚ ମଞ୍ଜି ପ୍ରାସ୍କାଙ୍କ ସହ ପ୍ରାୟ ଚାଳିଶ ଜଣ ଚାଷୀ ଉପସ୍ଥିତ ଥିଲେ।
ମଣ୍ଡିକୁ ଅଣା ଯାଇଥିବା ଧାନର ୬ଟି ସ୍ତରରେ ପରିକ୍ଷଣ କରାଯିବ। ସେଥି ମଧ୍ୟରେ ମାଟି,ଗୋଡି,ବାଲି ୧ପ୍ରତିଶତ। କାଠି,କୁଟା,ଅଗାଡି ୧ପ୍ରତିଶତ। ପୋକା ଓ ପାଣିଫୁଲିଆ ଫଦାନର ମିଶ୍ରଣ ୪ରୁ ୫ ପ୍ରତିଶତ। ମଲା ଧାନ ୩ପ୍ରତିଶତ। ଗ୍ରେଡ୍ ଏ ଧାନରେ ସାଧାରଣ ଧାନ ମିଶ୍ରଣ ୬ ପ୍ରତିଶତ ଓ ଧାନର ଆଦ୍ରତା ୧୭ ପ୍ରତିଶତ ରହିବା ଦରକାର। ତାଠୁ ଅଧିକା ପ୍ରତିଶତ ହେଲେ ସେସବୁ ଧାନ ଫେରାଯିବ ବୋଲି ସରକାରୀ ନିୟମ ରହିଥିଲା ବେଳେ ଚଳିତ ବର୍ଷ ୧୫ ସହ କ୍ଵିଣ୍ଟାଲ ଧାନ କିଣା ଯିବା ପାଇଁ ଲକ୍ଷ ରଖା ଯାଇଥିଲେ ମଧ୍ୟ ତାହା ଆଗକୁ ବଢିପାରେ ବୋଲି ଏମଡି ଶ୍ରୀଯୁକ୍ତ ନାୟକ କହିଛନ୍ତି।
ବର୍ତମାନ ଚମ୍ପି,ତୟାପୁଟ ଓ କୁସୁମଗୁଡାର ପଞ୍ଚାୟତର ସମୁଦାୟ ୫୫ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଶୁଣିବାକୁ ମିଳିଥିଲା ବେଳେ ଆସନ୍ତା ଶୁକ୍ରବାର ଠାରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ସୁଚନା ମିଳିଛି। ଆଜିର ଏଇ ଉଦଘାଟନ ସମୟରେ କାକିରିଗୁମା ଲ୍ୟାମ୍ପ କର୍ମଚାରୀ ଜଗନାଥ ପ୍ରଧାନି,ବିରେନ ନାୟକ,ଧର୍ମେନ୍ଦ୍ର ସବର,ଏସ ଭେଙ୍କେଟ୍ ରାବଣା,ତପନ ଜମ୍ବେକା ଓ ରବି ହୁଇକା ସହଯୋଗ କରିଥିଲେ।