କଟକ ସଦର ,୨୩/୧୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଵମ୍ଵୁରୀ ଠାରେ ଥିବା ଅଗ୍ରଣୀ ଗଣପତି ଶିଶୁ ବିଦ୍ୟାମନ୍ଦିରର ୧୦ ମ ବାର୍ଷିକ କ୍ରୀଡା ଉତ୍ସଵ ଆଜି (ଶୁକ୍ରବାର ଦିନ) ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଉମାକାନ୍ତ ଭୂୟାଁଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସଵରେ ଜୀଵନ ଵିମା ନିଗମର ବରିଷ୍ଠ ଅଧିକାରୀ କୈ।ଶିକ୍ ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ମହାଳୀ, ସରପଞ୍ଚ ଶୁଭାସିନୀ ରାଉତ,ଅଭୟ କୁମାର ମହାପାତ୍ର, ଭିକାରୀ ଚରଣ ବେହେରା, ଦେବେନ୍ଦ୍ର ନାଥ ସାମନ୍ତରାୟ,ଜୈ।
ତିରଂଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପ୍ରଧାନଆଚାର୍ଯ୍ୟା ଜୟନ୍ତୀ ପତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ଵାଗଦେଵୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ବିଦ୍ୟାଳୟର ସମସ୍ତ ଅନ୍ତେବାସୀଙ୍କ ସମେତ ମଧୁସ୍ମିତା ବେହେରା, ମଧୁସ୍ମିତା ସାହୁ,ସୋନାଲି ପରିଡ଼ା, ସୁପ୍ରିୟା ଵେଉରା,ନେହା ନାଜ୍,ମୁସ୍ତାତୁନ୍ ନିଶା, ସୁନିତା ରାଉତ,ଵିଜୟ ଭୂଷଣ ପରିଡ଼ା ପ୍ରମୁଖ ସହାୟତା ଯୋଗାଇ ଥିଲେ ।