Thursday , February 2 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ

କେନ୍ଦ୍ରାପଡ଼ା,୨୩/୧୨/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଗଣିତ ବିଭାଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗଣିତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ଅଶୋକ କୁମାର ଦାସ ଏହି ସଭାକୁ ପରିଚାଳନା କରିଥିଲେ । ପ୍ରାଧ୍ୟାପକ ଅଶୋକ କୁମାର ମିଶ୍ର ସଭାର ଉଦେଶ୍ୟ ଓ ଗଣିତଜ୍ଞ ରାମାନୁଜନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଅମରେନ୍ଦ୍ର ମଳିକ ଶ୍ରୀନିବାସ ରାମାନୁଜନଙ୍କ ଗଣିତଶାସ୍ତ୍ରକୁ ଅବଦାନ ଉପରେ ବର୍ଣ୍ଣନା କରିଥିଲେ । ଏହି ସଭାରେ ବହୁ ଛାତ୍ରଛାତ୍ରୀ ରାମାନୁଜନଙ୍କ ଗଣିତଶାସ୍ତ୍ରକୁ ଅବଦାନ ଓ ବିଜ୍ଞାନ ପାଇଁ ଗଣିତଶାସ୍ତ୍ରର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଶେଷରେ ତୃତୀୟ ବର୍ଷ ଛାତ୍ର ସ୍ୱରୂପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.