ସାଲେପୁର,୨୨/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ଶିକ୍ଷା ମଣ୍ଡଳ ସ୍ଥରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ପ୍ରାକ୍ତନ ବିଇଓ ରଜନୀ କାନ୍ତ ଦାଶ, ସହକାରୀ ବିଇଓ ବିଳାସିନୀ ବାହିନୀପତି,ବହୁଗ୍ରାମ ବିବେକାନନ୍ଦ ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତଳା ଖଟୁଆ, ବାଲିସାହି ସରପଞ୍ଚ ପବିତ୍ର ସାମଲ, ସରୋଜିନୀ ଶତପଥୀ, ନିରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତା ର ଆଭିମୁଖ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ ।
କ୍ରୀଡା ସମ୍ପାଦକ କୁଞ୍ଜ ନୟନ ସାହୁ ବିବରଣୀ ପାଠ କରିଥିଲେ । କ୍ରୀଡା ଶିକ୍ଷକ ମାନସ ରଞ୍ଜନ ପତି, ରତ୍ନାକର ସାହୁ, ଶଶାଙ୍କ ଶେଖର ମହାନ୍ତି, ପରମେଶ୍ୱର ବିଶ୍ୱାଳ, ମହାଦେବ ଚାନ୍ଦ, ସାନନ୍ଦ ଭୋଇ, ସସ୍ମିତା ମହାନ୍ତି, ମାନସୀ ମହାନ୍ତି, ସ୍ୱାତୀ ଷଡ଼ଙ୍ଗୀ, ବିଜୟ ରାଉତରାୟ, ହୃଷିକେଶ ମହାନ୍ତି, ସୂର୍ୟ୍ୟକାନ୍ତ ତ୍ରିପାଠୀ, ପ୍ରଶାନ୍ତ ପାଲ ଙ୍କ ସମେତ ବହୁ କ୍ରୀଡା ଶିକ୍ଷକ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମ ରେ ଗୋପୀନାଥ ପୁର, ଛାଣିପୁର, ବୋଇଲ, ବହୁଗ୍ରାମ, ନାରଦା ପ୍ରଭୃତି ୫ଟି କେନ୍ଦ୍ର ରୁ ୩୭୫ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।