(ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା)
ଯାଜପୁର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ତଥା ଯାଜପୁର ଜିଲା ର ପାଇଁ ଅଧିକୃତ ନୋଡାଲ ଅପିଂସର ଭାଷ୍କରଜ୍ୟୋତି ଶର୍ମା ଯାଜପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟରେ ଯୋଗଦାନ ପୂର୍ବକ ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲା ସ୍ତରୀୟ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଥିଲେ । ଜିଲାପାଳ ଚକ୍ରୱର୍ତୀ ସିଂହ ରାଠୋର ସଚିବଙ୍କୁ ଜିଲା ପ୍ରଶାସନ ତରପଂରୁ ସ୍ୱାଗତ ଜଣାଇବା ସହ ଜିଲା ରେ ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସଚିବ ଶ୍ରୀ ଶର୍ମା ଜିଲା ରେ ୫ଟି ଅଧିନରେ ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ତଥ୍ୟ ସଂପର୍କରେ ପଚାରି ବୁଝିଥିଲେ । ଜିଲା ପରିଷଦ ଅଧିନରେ ଚାଲିଥିବା ମନରେଗା କାର୍ୟ୍ୟକ୍ରମ, ଗ୍ରାମୀଣ ଆବାସ, ସ୍ୱଛ ଭାରତ, ମିଶନ ଶକ୍ତି, ଜୀବିକା ମିଶନ, ଓ ଡିଜିଟାଲ ସାକ୍ଷରତା ସମ୍ୱନ୍ଧୀୟ କାର୍ୟ୍ୟକ୍ରମର ଅଗ୍ରଗତି ସଂପର୍କରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଉପ ଜିଲା ପାଳ ଗୋପିନାଥ କୁଅଁର ଜିଲା ରେ ହେଉଥିବା ଭୂ ଜମିଜମା ବନ୍ଦୋବସ୍ତ, ମିଉଟେସନ, କନଭରସେସନ ଆଦିର ତଥ୍ୟ ଉପସ୍ଥାପନ କରିଥିବା ବେଳେ ଲଘୁ ଖଣିଜ ଦ୍ରବ୍ୟ ଉତୋଳନରେ ରାଜସ୍ୱ ଆଦାୟ, ରୟାଲଟି, ଜୋରିମାନା ଏବଂ କ୍ୟାମ୍ପ କୋର୍ଟ ମାନଙ୍କରେ ଆଦାୟ କରାଯାଉଥିବା ରାଜସ୍ୱ୍ ଉପରେ ସବିଶେଷ ବିବରଣୀ ଦେଇଥିଲେ । ସେହିପରି କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ଦ୍ୱାରା ଜିଲା ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମର ସମୀକ୍ଷା କରିବା ସହ ଜିଲା ରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାରେ ପ୍ରଶାସନିକ ଅଧିକାରୀମାନେ ସକରାତ୍ମକ ମନୋଭାବ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଅନୁମୋଦନ କରାଯାଉଥିବା ବିଭିନ୍ନ ଯୋଜନାର ସୁପଂଳ ଯେପରି ତୃଣମୂଳ ସ୍ତରରେ ପହଂଚି ପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲାପାଳ ଶ୍ରୀ ରାଠୋର ଧନ୍ୟବଦ ଅର୍ପଣ କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶିବାଶିଷ ମହାରଣା, ଜିଲା ର ସମସ୍ତ ବି.ଡି.ଓ., ସମସ୍ତ ତହସିଲଦାର ଓ ଜିଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।