Thursday , February 2 2023
Breaking News
Home / ବିଶେଷ / ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚଠି ଲେଖିଲା ସମାଜବାଦୀ ପାର୍ଟି

ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)- ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟରେ ମାସ୍କ, ସାମାଜିକ ଦୂରତା ଓ ଟୀକାକରଣକୁ ଗୁରୁତ୍ୱ ଦେବା, ହୋଟେଲ, ରେଷ୍ଟୁରାଂଟରେ ନୂଆବର୍ଷ ଉତ୍ସବ ପାଳନ ବନ୍ଦ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ‘ପାର୍ଟି’ର ରାଜ୍ୟ ସଭାପତି ରବି ବେହେରା ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ରାଜନୈତିକ ଦଳ ଗୁଡ଼ିକର ସଭା, ସମାବେଶ, ବିବାହ ଉତ୍ସବରେ ଅଯଥା ଲୋକ ଗହଳି ବନ୍ଦ କରିବାକୁ ଦାବି କରିଛନ୍ତି । ଭାରତୀୟ ଭେଷଜ ସଂଘ ଦେଇଥିବା କରୋନା ଉପଦେଶକୁ ରାଜ୍ୟରେ କଡ଼ାକଡ଼ି ପାଳନ କରିବା ଓ ଟୀକାକରଣକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ନିିର୍ଦ୍ଧେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ବି-ଏଫ୍-୭ ଭୂତାଣୁ ଓଡ଼ିଶାରେ ଦେଖା ଦେଇଥିବା ଯୋଗୁଁ କରୋନା କଟକଣା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Leave a Reply

Your email address will not be published.