ଲକ୍ଷ୍ମୀପୁର,୨୨/୧୨/୨୦୨୨(ଓଡିଶା ସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଠାରେ ଥିବା ଷ୍ଟାଡିୟମରେ ଗତ ୧୪ ଦିନ ଧରି ଚାଲିଥିବା ଭଲିବଲ ଟୁର୍ଣ୍ଣା ମେଣ୍ଟରେ ଆଜି ଫାଇନାଲ ମ୍ୟାଚ ନାରାୟଣପାଟଣା ଓ ତୟାପୁଟ ନେତାଜୀ ଯୁବକ ସଂଘ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ନାରାୟନପାଟଣା ଟିମ୍ ବିଜୟ ଲାଭ କରିଥିଲା।ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ କୈଳାସ କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୟାପୁଟ ଠାରେ ୨୦୦୫/୦୬ରେ ଆରମ୍ଭ ହୋଇ ଅଧାରୁ ରହି ଯାଇଥିବା ଷ୍ଟାଡିୟମର ପୁନରୁଦ୍ଧାର କରାଯିତବ ବୋଲି ପ୍ରତିଶୃତି ଦେବା ସହ ଷ୍ଟାଡିୟମ କାମ ପୁରା ହେଲେ ଖେଳାଳି ମାନଙ୍କ ପାଇଁ ସହାୟକ ହେଇପାରିବ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ପୁର୍ବତନ ଚେୟାରମ୍ୟାନ୍ କୁମୁଦ ଚନ୍ଦ୍ର ସାଉନ୍ତା,ସମିତି ସଭ୍ୟ ବିଷ୍ଣୁ ଖରା,ଦେବ୍ ଖରା,ଛାତ୍ର ବିଜେଡି ସଭାପତି ଚୌବନ ଖସଲା,ପୁର୍ବତନ ସରପଞ୍ଚ ଉଦୟ ହିକକା,ଦାସାରି ମୁସ୍କା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ।ବିଜୟୀ ଟିମକୁ ଟ୍ରଫି ସହ ୨୦ହଜାର ଓ ରନର୍ସଅପ୍ ଟିମ୍ କୁ ଟ୍ରଫି ସହ ୧୫ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟ୍ ନେତାଜୀ ଯୁବକ ସଂଘର ସଭାପତି ଅଭିଷେକ କନ୍ଦପାନ,ହେମନ୍ତ କୁଲଦିପ,ରାଜ କୁମାର ଖସଲା,ସୁରଜ ଶଶାଙ୍କ ପରିଚାଳନା କରିଥିଲା ବେଳେ ସମୁଦାୟ ୧୬ଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ମ୍ୟାଚ ଆରମ୍ଭ ପୁର୍ବରୁ ଅତିଥି ମାନଙ୍କୁ ଢେମସା ନାଚର ତାଳେ ତାଳେ ସ୍ଵାଗତ କରାଯାଇଥିଲା।