Thursday , February 2 2023
Breaking News
Home / କୃଷି / ଟାଙ୍କୋଳ ଫୁଟବଲ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲରେ ଟାଙ୍ଗୀ ବିଜୟୀ

ଟାଙ୍କୋଳ ଫୁଟବଲ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲରେ ଟାଙ୍ଗୀ ବିଜୟୀ

ନିରାକାରପୁର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ଖେଳ ପଡିଆ ରେ ମା ମଙ୍ଗଳା ସ୍ପୋଟିଙ୍ଗ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୪ ର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ସେମିଫାଇନାଲ ରେ ଟାଙ୍ଗୀ ଫୁଟବଲ ଟିମ୍ କୁ ବେଗୁନିଆ କଡବ ଫୁଟବଲ ଟିମ୍ ଭେଟିଥିଲେ। ଖେଳ ଶେଷ ସୁଦ୍ଧା ବେଶ ସଂଘର୍ଷ ପୂର୍ଣ୍ଣ ହେବାରୁ ଟ୍ରାଇବ୍ରକର ର ସହଯୋଗ ନିଆଯାଇଥିଲା। ୪-୩ ଗୋଲ କରି ଟାଙ୍ଗୀ ଦଳ ବିଜୟ ହୋଇ ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଦୟା ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଅତିଥିଭାବେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ , ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ସରପଂଚ ବିରେଶ୍ ରାଜଗୁରୁ, କନ୍ଧ ନୟାଗଡ ପୂର୍ବତନ ସରପଂଚ ମନୋଜ କୁମାର ଦାସ ଓ ସଂଘ୍ ସଭାପତି ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ଖୋର୍ଦ୍ଧା ଅରଗୁଳ ଓ ଖୋର୍ଦ୍ଧା ନୂଆପଡ଼ା ଫୁଟବଲ କ୍ଲବ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Leave a Reply

Your email address will not be published.