ନିରାକାରପୁର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)-ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ଵ ଜୀବନ ସେବା ସଂଘ ତରଫରୁ ନିରାକାରପୁର ଜରାଶ୍ରମ ସଭାଗୃହରେ ମହିଳାମାନଙ୍କୁ ନେଇ ଖଲି ଓ କାଗଜ ପ୍ଲେଟ ତିଆରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡି ଆଇ ସି ଜିଏମ୍ ଗଗନ ବିହାରୀ ନାୟକ, ଖୋର୍ଦ୍ଧା ଶିଳ୍ପ ବିକାଶ ଅଧିକାରୀ ସୁଶାନ୍ତ ଚନ୍ଦ୍ର ବଡୁ, ରୁଡ ସେଟ୍ ଉଚ୍ଚ ପ୍ରଶିକ୍ଷକ ଅଧିକାରୀ ରଜତ କୁମାର ଶତପଥୀ, ଇଡି ଆଇଆଇ ର ସଂଯୋଜକ ସୌକତ ସୁତ୍ରୁଧ।ର, ୟୁଇ ଆକ୍ଟର ମୁଦ୍ର।ସିନ ହୁସେନ, ବିଶ୍ଵ ଜୀବନ ସେବା ସଂଘ ସଂପାଦକ ବୈଦ୍ୟନାଥ ବରାଳ ଓ ପ୍ରଶିକ୍ଷକ ସଞ୍ଜୟ ମାଝୀ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ନେଉ ଥିବା ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଶିବିରରେ ୨୬ ଦିନ ଧରି ୫୧ ଜଣ ମହିଳାଙ୍କୁ ଉଦ୍ୟଗୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଆଜି ଉଦଯାପନୀ ଉତ୍ସବରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ଶିବିରକୁ ବିଶ୍ଵ ଜୀବନ ସେବା ସଂଘର ସଂଯୋଜକ ଆଲୋକ କୁମାର ରାୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।