ନିରାକାରପୁର,୨୨/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗଣିତ ବିଭାଗ ଦ୍ଵାରା ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ମନମୋହନ ନାୟକ ଗଣିତ ବିଭାଗ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଆଜିର ଉଦ୍ଦେଶ୍ୟରେ ସମ୍ପର୍କରେ ଆଲୋକପାତ କରିଥିଲେ।
ଆଦିକନ୍ଦ ପ୍ରଧାନ, ଜମ୍ବେଶ୍ଵର ଯୁଝାରସିହ, ବିଶ୍ୱଜିତ୍ ପଟ୍ଟନାୟକ, ବିଦ୍ୟାଧର ବିଶ୍ଵାଳ ପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ପରିଶେଷରେ ଅଧ୍ୟାପକ ମନମୋହନ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।