ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ମୂଳ ଲକ୍ଷ୍ୟ
ନିରାକାରପୁର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକସ୍ତରୀୟ ଶିଶୁ ଉତ୍ସବ ଓଷ୍ଟା ଆନୁକୁଲ୍ୟରେ ଛଣଗିରି ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଧାନଶିକ୍ଷକ ଘନଶ୍ୟାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଏହି ଶିଶୁ ଉତ୍ସବ କୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ଉପଦେଷ୍ଟା ସନ୍ତୋଷ କୁମାର କର , ଛଣଗିରି ସରପଂଚ ପୂର୍ଣ୍ଣିମା ମହାପାତ୍ର, ସମିତିସଭ୍ୟା ସୁମିତ୍ରା ବାରିସଲ, ଓଷ୍ଟା ବେଗୁନିଆ ବ୍ଲକ ସମ୍ପାଦକ ରତିକାନ୍ତ କହଲସ଼ିହ , ପରିଚାଳନା କମିଟି ସଭାପତି ସେକ୍ ଇଶ୍ରାଇଲ, ମୋ ସ୍କୁଲ ସଭାପତି ଲଳିତ ମୋହନ ପଟ୍ଟନାୟକ , ରାଜ୍ୟ ଓଷ୍ଟା ସହ ସମ୍ପାଦକ ରମାକାନ୍ତ ମହାପାତ୍ର, ସମାଜସେବୀ ଦୁର୍ଗା ପ୍ରସାଦ ସୁନ୍ଦରାୟ, ସଦାଶିବ ବେହେରା, ବେଗୁନିଆ ବ୍ଲକ ଓଷ୍ଟା ଉପସଭାପତି ଶ୍ରୀନିବାସ ମିଶ୍ର ଓ ଟାଙ୍ଗୀ ବ୍ଲକ ସମ୍ପାଦକ ଦେବରାଜ ଚାହଟ ରାୟ, ସଂଯୋଜକ ଅକ୍ଷୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିଶୁ ଦେଶର ଭବିଷ୍ୟତ ତେଣୁ ତାଙ୍କର ଉନ୍ନତି ଦିଗରେ ସମସ୍ତଙ୍କ ଚେଷ୍ଟା ରହିବା ଆବଶ୍ୟକ ବୋଲି କହିଥିଲେ। ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତି ନ୍ଦ୍ରାନଥ ମିତ୍ର ଯୋଗ ଦେଇଥିବାବେଳେ ଟାଙ୍ଗୀ ବ୍ଲକ ଓଷ୍ଟା ସଭାପତି ପ୍ରଶାନ୍ତ ପଟ୍ଟନାୟକ ସଭାରେ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ। ରୁପଶ୍ରୀର।ଣୀ ଗୁମାନସିଂ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପୂର୍ଣ୍ଣିମା ମହାପାତ୍ର, ସମିତି ସଭ୍ୟା ସୁମିତ୍ରା ବରିସଲ୍, ପ୍ରଧାନଶିକ୍ଷକ ଘନଶ୍ୟାମ ସ୍ୱାଇଁ ଓ ଟାଙ୍ଗୀ ବ୍ଲକ ଓଷ୍ଟା ସଂପାଦକ ଦେବରାଜ ଚହଟ ରାୟ ପ୍ରମୁଖ ଉପସ୍ଥିତ ଥିଲେ।