ଯାଜପୁର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର)- ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ବଣ ଭୋଜି ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ରଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଯାଜପୁର ମୁନିସିପାଲଟି ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ନାଟ୍ୟକାର ତଥା ପ୍ରଶାସନିକ ଅଧିକାରୀ ଅଲେଖ ପ୍ରସାଦ ମହାରଣା, ଯାଜପୁର ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧିନ ମଲ୍ଲିକ, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ତଥା ଅନୁଷ୍ଠାନର ଉପଦେଷ୍ଟା ହରିହର ସ୍ୱାଇଁ, ଅନୁଷ୍ଠାନର ସମ୍ପାଦକ ଅଭିମନୁ୍ୟ ମିଶ୍ର ପ୍ରମୁଖ ଉପସ୍ଥତ ରହି ବନ୍ଧୁମିଳନ କାର୍ଯ୍ୟକ୍ରମର ନିଆରା ପରମ୍ପରାକୁ ବଜେଇ ରଖିବା ପାଇଁ ସମସ୍ତଙ୍କ ସହଯୋଗଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ବନ୍ୟ ପରିବେଶରେ ବଣ ଭୋଜି ସ୍ଥାନୀୟ ବରାହନାଥ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟ, ସଦସ୍ୟାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ ସଭାପତି ସୁବାଷ ଚନ୍ଦ୍ର ଦେବତା, ଉପେନ୍ଦ୍ର ଜେନା, ଅବଦୁଲ ସାଜିତ, ଧନଞ୍ଜୟ ନାୟକ, ଧନଞ୍ଜୟ ପୃଷ୍ଟି, ଭରତ ଚନ୍ଦ୍ର ବେହେରା, ନାଟ୍ୟ ନିର୍ଦ୍ଧେଶକ ଅନିଲ କୁମାର ଜେନା, ରତିକାନ୍ତ ସାହୁ, ଗୌତମ ବିକାଶ ମହାନ୍ତି, ଗୌତମ ମହାରଣ୍ୟ, ଲକ୍ଷ୍ମୀପି୍ରୟା ରାଉତରାୟ, ଭାବଗ୍ରାହୀ ମିଶ୍ର, ସ୍ୱାତି ପଣ୍ଡା, ସବିତା ମିଶ୍ର, ସାଗରିକା ପରିଡ଼ା, ମୋନାଲିସା ଓଝା, ତପସ୍ୱିନୀ ମଲ୍ଲିକ, ମମତା ଜେନା, ମାମାଲି ସାହୁ, ସନ୍ତୋଷ ମିଶ୍ର, ଅଶୋକ ପାଣିଗ୍ରାହୀ, ତାରାକାନ୍ତ ମଲ୍ଲିକ, ବିଶ୍ୱଜିତ ମଲ୍ଲିକ, ପ୍ରଦୀପ କୁମାର ସାହୁ, ସୁକାନ୍ତ ରାଉତ, ବିରô ବାସୁଦେବ ନନ୍ଦ, ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ସମର୍ଜିତ ମହାନ୍ତି (ସାନୁ), ସୁରଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।