Friday , February 3 2023
Home / ବିଶେଷ / ୧୦ ଲକ୍ଷ ଫିକ୍ସ ଡ଼ିପୋଜିଟ ରୁ ୮ ଲକ୍ଷ ଟଙ୍କା ଗାଏବ୍ , ଥାନା ରେ ମାମଲା      

୧୦ ଲକ୍ଷ ଫିକ୍ସ ଡ଼ିପୋଜିଟ ରୁ ୮ ଲକ୍ଷ ଟଙ୍କା ଗାଏବ୍ , ଥାନା ରେ ମାମଲା      

ଗରଦପୁର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)-ଫିକ୍ସ ଡ଼ିପୋଜିଟ ରୁ ଟଙ୍କା ଗାଏବ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାହାଳ ଶାଖା ନାମରେ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଉକ୍ତ ବ୍ୟାଙ୍କର ଗ୍ରାହକ ବଙ୍ଗାଳପୁର ପଂଚାୟତ ନୂଆ ଶାସନ ଗ୍ରାମର ପ୍ରହଲାଦ ଦାସ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜମାକାରୀ ପ୍ରହଲାଦ କଲିକତାରେ ଚାକିରୀ କରି ଅବସର ନେବା ପରେ ପାଇଥିବା ଟଙ୍କା ରୁ ନିକଟସ୍ଥ ମାହାଳ ଷ୍ଟେଟ ବ୍ୟାଙ୍କ ଶାଖାରେ ୧୦ ଲକ୍ଷ ଟଙ୍କା ଗତ ୨୦୧୯ ମସିହାରେ ଫିକ୍ସ ଡ଼ିପୋଜିଟ କରିଥିଲେ । ହେଳେ ଗତ ୨ ଦିନ ତଳେ ଯାଜପୁର ବ୍ୟାଙ୍କ ନାମରେ ଏକ ମେସେଜ ଆସିଲା ଯେ ତମର ଡ଼ିପୋଜିଟ ଟଙ୍କାରୁ ୮ ଲକ୍ଷ ଟଙ୍କା ଗାଏବ ହୋଇ ଯାଇଛି ।  ଏହି ମେସେଜ ଦେଖି ପ୍ରହଲାଦ ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରୁ ପରିଚାଳକ ସଫା ସଫା କହିଲେ ଯେ ତମ ଟଙ୍କା କିଏ ନେଲା ଓ କୁଆଡ଼େ ଗଲା ଆମେ ଜାଣିନାହୁଁ । ହେଲେ ତମେ ଲୋନ୍ କରି ସବୁଟଙ୍କା ନେଇଯାଇଛ ବୋଲି କହି ମୁଣ୍ଡରୁ ବୋଝ ଖସାଇ ଥାନାରେ ଏତଲା ଦିଅ ବୋଲି କହିଥିଲେ । ଏପଟେ ପ୍ରହଲାଦ ଥାନାରେ ଅଭିଯୋଗ କରି ବ୍ୟାଙ୍କ ସମ୍ମୁଖରେ ବସିବା ପରେ କୁଦାନଗରୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସୁନ୍ଦରରାୟ ବ୍ୟାଙ୍କରେ ପହଂଚି ତଦନ୍ତ ଆରମ୍ଭ କପରିଛନ୍ତି । ଦୀର୍ଘଦିନ ଧରି ରୋଜଗାର କରିଥିବା ଟଙ୍କା ଗାଏବ ହେବା ପରେ ବା ଲୋନ ହେବା ଯଦି ସତ୍ୟ ହୋଇ ଥାଏ ତେବେ କେଉଁ ଆକାଉଂଟ କୁ ଏତେ ଟଙ୍କା ଗଲା , କିପରି ବ୍ୟାଙ୍କ କର୍ତୃପକ୍ଷ ଯାଣି ପାରିଲେ ନାହିଁ  ବା କିପରି କିଏ ନେଲା ତାହା ଜଣାପଡ଼ିନାହିଁ । ଏହି ଚଂଚକତା ପଛରେ ବ୍ୟାଙ୍କ ପରିଚାଳକଙ୍କ ହାତ ଥିବା ନେଇ ପ୍ରହଲାଦ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏ ବିଷୟରେ ଆଂଚଳିକ ଶାଖାର ଯାଜପୁର ପରିଚାଳକ ପୂର୍ଷ୍ଣେନ୍ଦୁ ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ ଅଭିଯୋଗ ଗତ ଜୁଲାଇ ମାସରେ ଘଟିଥିଲା । ଅଭିଯୋଗକାରୀ ପ୍ରହଲାଦ ଙ୍କ ମୋବାଇଲ ନମ୍ବରକୁ ଏକ ଫୋନ୍ ଆସିଥିଲା । ସେ ଓଟିପି ଦେଇଥିବା ହେତୁ ଏପରି ଘଟଣା ଘଟିଥାଏ ବୋଲି ସେ କହିଛନ୍ତି । ତାହାଛଡ଼ା ଏହାର ତଦନ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published.