ମାହାଙ୍ଗା,୨୧/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ ବନଗୁରିଆ ଗ୍ରାମର ଧର୍ମପ୍ରାଣ ପୁରୁଷ,ରାଜ୍ୟପାଳ ପୁରସ୍କୃତ ଆଦର୍ଶ ସରକାରୀ କର୍ମଚାରୀ ରଙ୍ଗାଧର ବେହେରାଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି । ରଙ୍ଗାଧର ରଘୁନାଥ ବିଦ୍ୟାପୀଠ କୋଠପଦାରୁ ନିଜର କର୍ମମୟ ଜୀବନ ଆରଂଭ କରିଥିଲେ ମଧ୍ୟ,ଜଣେ ନୀତିନିଷ୍ଠ ପରୋପକାରୀ ମଣିଷ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଥିଲେ । ଭାଲକାମ କରିଥିବାରୁ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଶ୍ରୀ ବେହେରାଙ୍କୁ କର୍ତ୍ତବ୍ୟ ପରାୟଣତା ପାଇଁ ସମ୍ମାନିତ କରିଥିଲେ । ବୁଧବାର ସକାଳୁ କଟକ ବଡ ଡାକ୍ତରଖାନାରେ ଏହି ଆଦର୍ଶ ବ୍ୟକ୍ତିତ୍ୱ ଙ୍କ ଦେହାନ୍ତ ଘଟିବା ସୂଚନା ମିଳିବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସ୍ବର୍ଗତ ରଙ୍ଗାଧରଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି କହିବାସହ ତାଙ୍କପାଇଁ ଶୋକବ୍ୟକ୍ତ କରିଛନ୍ତି । ଜଣେ ପରୋପକାରୀ, ମେଳାପୀ, ନୀତିନିଷ୍ଠ ଓ ଆଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତ ବେହେରାଙ୍କୁ କୁହୁଣ୍ଡା ପଞ୍ଚାୟତବାସୀ ସବୁଦିନ ପାଇଁ ମନେରଖିବେ ବୋଲି ବିଧାୟକ ଶ୍ରୀ ଜେନା କହିଛନ୍ତି । ସମାଜସେବୀ ତଥା କୁଣ୍ଡି ସେବା ସମବାୟ ସମିତି ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି ସ୍ବର୍ଗତ ବେହେରାଙ୍କ ବାସଭବନରେ ପହଂଚି ତା’ଙ୍କ ମରଦେହରେ ଶ୍ରଦ୍ଧା ସୁମନ ଅର୍ପଣକରିବା ସହିତ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
କୁହୁଣ୍ଡା ପଞ୍ଚାୟତ ସରପଞ୍ଚ ନଳୀନିପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ରଘୁନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ,ପୂର୍ବତନ ସମିତି ସଭ୍ୟ ରାଧାନାଥ ରାଉତ,ପୂର୍ବତନ ସରପଞ୍ଚ କଳ୍ପନା ଯେନା, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା,ଶିକ୍ଷାବିତ ବଟ କିଶୋର ପଣ୍ଡା,ପଣ୍ଡିତ ବିଜୟ କୁମାର ଦାସ,କବି ନାରାୟଣ ମୁଦୁଲି,ପ୍ରାକ୍ତନ ସମିତି ସଭ୍ୟ ଲକ୍ଷ୍ମୀଧର ବେହେରା,ପୂର୍ବତନ ସରପଞ୍ଚ ସୁବାଷ ବେହେରା,ସମାଜସେବୀ ଅଫସର ତୁଲ୍ଲା,ଶିକ୍ଷକ ଭାରତ ଭୂଷଣ ଦାସ,ଲକ୍ଷ୍ମୀଧର ଦାସ,ଅଭିନେତା ରତ୍ନାକର ଓଝା, ଲକ୍ଷ୍ମୀଧର ସାମଲ,ମୁରଲୀଧର ବେହେରା,ଚନ୍ଦ୍ରଭାନୁ ଆଚାର୍ୟ୍ୟ,ପ୍ରବଚକ ଶୁକଦେବ ସ୍ୱାଇଁ,ଯୁବ ସଂଗଠକ ରବୀନ୍ଦ୍ର ପୃଷ୍ଟି,ଗଣେଶ ବିହାରୀ,ରଞ୍ଜନ ପୃଷ୍ଟି, ଜଗନ୍ନାଥ ନାୟକ,ଗୋବିନ୍ଦ ସାହୁ,ରମାକାନ୍ତ ପଣ୍ଡା,ନାୟାବ ସରପଞ୍ଚ ହେମନ୍ତ ମହାନ୍ତି,ନିରଞ୍ଜନ ସାହୁ, ନିତ୍ୟାନନ୍ଦ ବେହାରୀ,ଅଭିମନ୍ୟୁ ସାହୁ,ବାସବ ବେହେରା,ଅନନ୍ତ କିଶୋର ପଣ୍ଡା,ପ୍ରମୁଖ ସ୍ବର୍ଗତ ବେହେରାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗ୍ରାମ୍ୟ ସ୍ମଶାନରେ ରଙ୍ଗାଧରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡପୁଅ ରମେଶ ଚନ୍ଦ୍ର ବେହେରା ମୁଖାଗ୍ନି ଦେଇଥିଲେ ।