Thursday , February 2 2023
Breaking News
Home / ତାଜା ଖବର / ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ହଣା କଟା , ୨ଜଣ ମହିଳା ଙ୍କ ସମେତ ୪ ଗୁରୁତର ଅହତ

ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ହଣା କଟା , ୨ଜଣ ମହିଳା ଙ୍କ ସମେତ ୪ ଗୁରୁତର ଅହତ

ନିରାକାର ପୁର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)-ଆଜି ସକାଳେ ଖୋରଧା ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଭୂଷଣ୍ଡ ପୁର ପୋଲିସ ଫାଣ୍ଡି ଅଧିନସ୍ତ ଗୋବର୍ଦ୍ଧନପୁର କଲୋନୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରେମ ବ୍ୟାପାର କୁ ନେଇ ଆରଂଭ ହୋଇଥିଲା ବଚସା । ଏହା ପରେ ଉତକ୍ଷିପ୍ତ ହୋଇ ଜଣେ କଟୁରି ରେ ଅନ୍ୟ ଜଣଙ୍କ ମୁଣ୍ଡକୁ ହାଣି ଦେଇଥିଲେ । ମୁଣ୍ଡରେ ଆଘାତ ଲାଗିଥିବା ବ୍ୟକ୍ତି ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି । ତାଙ୍କ ନାମ ଗୀରିଧାରୀ ଦାସ, ୪୦ ବର୍ଷ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନ୍ୟ ୩ ଜଣ ଆହତ ଭର୍ତ୍ତି ହୋଇଛନ୍ତି । ଗୁରୁତର୩ଜଣ ଗିରିଧାରୀ ଙ୍କ ଭାଇ ବୋହୁ ଦେବସ୍ମିତା ଦାସ, ୨୫ ବର୍ଷ ,ଭାଇ ନିତ୍ୟାନନ୍ଦ ଦାସ, ୩୨ ବର୍ଷ ଅନ୍ୟ ଜଣେ ମହିଳା ହେଲେ ଅଂଜୁ ମଣ୍ଡଳ ୬୫ ବର୍ଷ ବୋଲି ଜଣା ପଡିଛି । ଭୁଷଣ୍ଡ ପୁର ଫାଣ୍ଡି ପୋଲିସ୍ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Leave a Reply

Your email address will not be published.