ଲକ୍ଷ୍ମୀପୁର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)- ଲକ୍ଷ୍ମୀପୁର ଲ୍ୟାମ୍ପ ଠାରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଛି। ଲ୍ୟାମ୍ପ ଏମଡି ଗୋପାଳ କୃଷ୍ଣ ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ସଭାପତି ରାଧେସ୍ୟାମ ଜାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ଅଧିକାରି ପ୍ରଭାସ ରଞ୍ଜନ ସତପଥି,ଲ୍ୟାମ୍ପ ନିର୍ଦ୍ଧେଶକ ଝିନ୍ନ ହିକକା ପରମେଶ୍ଵର ସାହୁଙ୍କ ସମେତ ଦିଲ୍ଲିପ୍ ଟାଙ୍କ୍,ଆପାରାଓ ଓ୍ଵାଡେକା,ରବିନ୍ଦ୍ର ସାହୁ,ଆପାରାଓ ଓ୍ଵାଡେକା,ଡମ୍ବରୁ ଧର ବିଡିକା,ସୁବାସ ଚନ୍ଦ୍ର ସାହୁ,ଭଗବାନ ବିସୋଇ ଭଳି ଅନେକ ଚାଷି ଉପସ୍ଥିତ ଥିଲା ବେଳେ ଆରଏମସିର କାହାରି ଦେଖା ନଥିଲା।ମଣ୍ଡିକୁ ଆଣା ଯାଇଥିବା ଧାନର ଚାଷି ମାନେ ଆଣିଥିବା ଧାନର ୬ଟି ପରିକ୍ଷଣ କରାଯିବ। ସେଥି ମଧ୍ୟରେ ମାଟି,ଗୋଡି,ବାଲି ୧ପ୍ରତିଶତ।କାଠି,କୁଟା,ଅଗାଡି ୧ପ୍ରତିଶତ।ପୋକା ଓ ପାଣିଫୁଲିଆ ଫଦାନର ମିଶ୍ରଣ ୪ରୁ ୫ ପ୍ରତିଶତ। ମଲା ଧାନ ୩ପ୍ରତିଶତ। ଗ୍ରେଡ୍ ଏ ଧାନରେ ସାଧାରଣ ଧାନ ମିଶ୍ରଣ ୬ ପ୍ରତିଶତ ଓ ଧାନର ଆର୍ଦ୍ରତା ୧୭ ପ୍ରତିଶତ ରହିବା ଦରକାର। ତାଠୁ ଅଧିକା ପ୍ରତିଶତ ହେଲେ ସେସବୁ ଧାନ ଫେରାଯିବ ବୋଲି ସରକାରି ନିୟମ ରହିଥିଲା ବେଳେ ଚଳିତ ବର୍ଷ ହଜାରେ କ୍ଵିଣ୍ଟାଲ ଧାନ କିଣା ଜିବା ପାଇଁ ଲକ୍ଷ ରଖା ଯାଇଥିଲେ ମଧ୍ୟ ତାହା ଆଗକୁ ବଢିପାରେ ବୋଲି ଏମଡି ଶ୍ରୀଯୁକ୍ତ ଆଚାର୍ୟ୍ୟ କହିଛନ୍ତି।
ବର୍ତମାନ ୫ଟି ପଞ୍ଚାୟତର ସମୁଦାୟ ୮୭ ଜଣ ଚାଷି ନାମ ପଞ୍ଜିକରଣ କରିଥିବା ଶୁଣିବାକୁ ମିଳିଥିଲା ବେଳେ ଆସନ୍ତା ବୁଧବାର ଠାରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ସୁଚନା ମିଳିଛି। ସନ୍ତୋଷ ପଟନାୟକ,ପ୍ରକାଶ ସାହୁ,ଦୟା ପାତ୍ର କୁଲେସିକା,ଶିଲୁ ଖୁଣ୍ଟିଆ,କୃଷ୍ଣ ହିକା ସହଯୋଗ କରିଥିଲେ।