ଟାଙ୍ଗୀ,୨୧/୧୨/୨୦୨୨ (ଓଡ଼ିଶା ସମାଚାର)- ଆଜି ସକାଳ ୬ ଟାରୁ ଚିଲିକାରେ.ଡ଼ଲଫିନ୍ ଗଣନା ଆରମ୍ଭ ହୋଇଛି । ଗଣନା କାର୍ଯ୍ୟକ୍ରମ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଚିଲିକାର ବାଲୁଗାଁ ବଡକୂଳରୁ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରିଛନ୍ତି। ପ୍ରତ୍ୟେକ ଟିମରେ ୫ ଜଣ ସଦସ୍ୟ ରହିଛନ୍ତି।.ଚିଲିକାରେ ମୋଟ ୧୮ ଟି ଦଳ ଗଣୁଛନ୍ତି ଡଲଫିନ୍। ମଟର ବୋଟ୍ ରେ ଯାଇ ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରୁଛନ୍ତି । ଚିଲିକାରେ ଇରାୱାଡି..ବା ଶିଶୁମାର ଡଲଫିନ୍ ଦେଖାଯାଉଥିଵା ବେଳେ , ବଟଲ୍ ନୋଜ୍ ଡଲଫିନ୍ ଗୁଡିକ ଚିଲିକାର ସମୁଦ୍ର ମୁହାଁଣ ଅଂଚଳରେ ଦେଖା ଯାଇଥାନ୍ତି । ଗତ ବର୍ଷ ଚିଲିକାରେ ମୋଟ ୧୬୭ ଟି ଡଲଫିନ୍ ଥିବା ଗଣନା ରୁ ଜଣା ପଡିଥିଲା। ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହିଁ ଜଣାପଡିବ। ବନ୍ୟ ପ୍ରାଣୀ ବିଭାଗ ଏବଂ ସିଡିଏ କର୍ତ୍ତୃପକ୍ଷ ଚିଲିକାରେ ଡ଼ଲଫିନ ଗଣନା କରବେ। ଏଥିରେ ବନ୍ୟ ପ୍ରାଣୀ ବିଭାଗ ର କର୍ମଚାରୀ, ସ୍ୱେଛାସେଵୀ,ଓୟୁଏଟି ଛାତ୍ର ଛାତ୍ରୀ,ମଟର ବୋଟ ଆସୋସିଏସନ ସାମିଲ ହୋଇଛନ୍ତି ।ଚଳିତ ବର୍ଷ କେତେ ପ୍ରଜାତିର ସମଗ୍ର ଚିଲିକାକୁ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ସ୍ପଷ୍ଟ ଚିତ୍ର ଜଣାପଡିବ।