Thursday , February 2 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ପ୍ରାଣି ବିଜ୍ଞାନ ବିଭାଗର ସମ୍ପାନ

କେନ୍ଦ୍ରାପଡା କଲେଜ ପ୍ରାଣି ବିଜ୍ଞାନ ବିଭାଗର ସମ୍ପାନ

କେନ୍ଦ୍ରାପଡ଼ା, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାଣି ବିଜ୍ଞାନ ବିଭାଗର ଅଟୋନୋମି ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ରିସୋର୍ସପର୍ସନ ଭାବେ ବରିଷ୍ଠ ଗବେଷକ ଡଃ. ସୁଧାକର କର ଯୋଗଦେଇ ଭିତରକନିକାରେ କୁମ୍ଭୀରମାନଙ୍କର ପ୍ରଜନନ ଓ ଜୀବନଶୈଳୀ ବିଷୟରେ ବର୍ଣ୍ଣନା କରିଥିଲେ । ଏହି ସେମିନାରରେ ବିଭାଗୀୟ ମୁଖ୍ୟ ଡଃ ଗୌରପ୍ରସାଦ ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଅଧ୍ୟାପିକା ଡଃ. ସୁଚିସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ରିସୋର୍ସ ପର୍ସନଙ୍କ ସହିତ ଛାତ୍ରଛାତ୍ରୀମାନଙ୍କର ଭାବର ଆଦାନ ପ୍ରଦାନ ହୋଇଥିଲା । ଏହି ସଭାରେ ପ୍ରାଧ୍ୟାପିକା ଡଃ. ବାସନ୍ତୀ ଶୁକ୍ଳା, ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପିକା ଅଭ୍ୟର୍ଥନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.