Thursday , February 2 2023
Breaking News
Home / କ୍ରୀଡ଼ା / କଳାବୁଦା ଉଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ 

କଳାବୁଦା ଉଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ 

ଗରଦପୁର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)-କଳାବୁଦା ଉଚ ବିଦ୍ୟାଳୟ ରେ ୨୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର ସଭାପତିତ୍ୱ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ ଓ ମୁଖ୍ୟ ବକ୍ତା ରୂପେ ସାମ୍ବାଦିକ ନବଘନ ନାୟକ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡ଼ା ଜ୍ୟୋତି ସ୍ଥାପନ , କ୍ରୀଡ଼ା ପତାକା ଉତୋଳନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନର ଆଲୁମିନି ରାଜେଶ ସାହୁ, ବିଜ୍ଞାନୀ ରତ୍ନ ସୂତାର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦୌଡ଼ ପ୍ରତିଯୋଗୀତା, ଲଙ୍ଗ ଜମ୍ପ, ହାଇଜମ୍ପ, ବାଳିକା ମାନଙ୍କ ଦୌଡ଼ି ଡ଼ିଆଁ, ଜାଭଲିନ୍ ଥ୍ରୋ, ଡ଼ିସକସ ଥ୍ରୋ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଖେଳ ଶିକ୍ଷକ ହେମନ୍ତ ସେଠୀ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶରତ କୁମାର ସାହୁ, ହେମନ୍ତ ସ୍ୱାଇଁ, ବୈଦ୍ୟନାଥ ସ୍ୱାଇଁ, ପ୍ରଭାତ କୁମାର ଶତପଥି , ତରଙ୍ଗ କୁମାର ଦାସ, ଭିକାରୀ ସାହୁ, ଅଜିତ ମଲିକ୍ , ରବିନ୍ଦ୍ର ଦାସ ପ୍ରମୁଖ କ୍ରୀଡ଼ା କ୍ଷେତ୍ରରେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ପ୍ରତିମା କୁମାରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.