ନିରାକାରପୁର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)- ପ୍ଲାଷ୍ଟିକ ନା କରିବା ପରିବେଶକୁ ସୁରକ୍ଷିତ ରଖିବା। ପରିବେଶ ପ୍ରଦୂଷଣ ଯୋଗୁ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ତେଣୁ ପରିବେଶର ସୁରକ୍ଷା ପାଇଁ ମୁଖ୍ୟତଃ ଏକକ ପ୍ଲାଷ୍ଟିକ କୁ ବ୍ୟବହାରରେ ରୋକ ଲଗାଇବା ସହ ବୃକ୍ଷ ରୋପଣ କରିବାକୁ ଗୁରୁତ୍ଵ ଦେବା ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ପରିବେଶ ଅଧ୍ୟୟନ କେନ୍ଦ୍ର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଙ୍ଗୀକାର ଫାଉଣ୍ଡେସନ ଆନୁକୁଲ୍ୟରେ ଏକ ସଚେତନତା କାର୍ୟ୍ୟକ୍ରମ ‘ଆସନ୍ତୁ ଆମେ ପରିବେଶକୁ ସୁରକ୍ଷା ଦେବା,ଏକକ ବ୍ୟବହାର ପ୍ଲାଷ୍ଟିକ କୁ ‘ ନା ‘ କହିବା’ ଉପସ୍ଥିତ ଥିବା ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ସଭାରେ ସଭାପତିତ୍ବ କରିଥିଲେ। ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥିଭାବେ ଅଙ୍ଗୀକାର ଫାଉଣ୍ଡେସନ ପ୍ରତିଷ୍ଠାତା ପି. ନମିତା ଉପାସନା ରାଓ, ମୁଖ୍ୟବକ୍ତା ଭାବେ ସି ଇ ଏସ ସୂଚନା ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଓ ସମ୍ମାନୀତ ଅତିଥିଭାବେ ବରିଷ୍ଟ ଶିକ୍ଷକ ନେତା ପଦ୍ମନାଭ ବିଶ୍ଵାଳ, ଶିକ୍ଷାବିତ୍ ସନ୍ତୋଷ କୁମାର କର, ସି ଇ ଏସ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭରତ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଇକୋ କ୍ଲବ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଅଭିରାମ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବ ସହ ପ୍ଲାଷ୍ଟିକ କୁ ବ୍ୟବହାର ନ କରିବା ପାଇଁ ଏକ ସଚେତନତା ପଦଯାତ୍ରା ଛାତ୍ରଛାତ୍ରୀଙ୍କ ଦ୍ବାରା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ ସହଯୋଗ କରିଥିଲେ ।