କଟକ ସଦର, ୨୦/୧୨/୨୦୨୨ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ପୁଅ ସହିତ କଲେଜରୁ ଘରକୁ ଫେରୁଥିବା ବେଳେ ସ୍କୁଟିରୁ ଖସିପଡ଼ି ଗୋବିନ୍ଦପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ ଆଜି (ମଙ୍ଗଳବାର) ଅପରାହ୍ନରେ କଲେଜରୁ ପୁଅଙ୍କ ସହିତ କଟକ ମଧୁପାଟଣା ଘରକୁ ଫେରୁଥିବା ବେଳେ ଵୈୟାଳିଶମୈ।ଜା ଥାନା ଅନ୍ତର୍ଗତ ଦେଉଳି ନିକଟରେ ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ନାୟକ (୫୦) ସ୍କୁଟିରୁ ଖସି ପଡିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେହି ବାଟଦେଇ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯାଉଥିବା ବେଳେ ଦୂର୍ଘଟଣା ସ୍ଥଳରୁ ଆହତ ଅଧ୍ୟକ୍ଷାଙ୍କୁ ତତ୍କାଳ ଵେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।୧୯୯୯ ମସିହାରୁ ଅଧ୍ୟକ୍ଷା ଦାୟିତ୍ଵ ତୁଲାଇ ଶ୍ରଦ୍ଧାଞ୍ଜଳି ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ସଵୁ ମହଲରେ ପ୍ରଶଂସାର ପାତ୍ରୀ ହୋଇ ପାରିଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁ ଜଣାପଡିଵା ପରେ ଗୋବିନ୍ଦପୁର ସହିତ ମଧୁପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।