ଯାଜପୁର , ୨୦/୧୨/୨୦୨୨ (ଓଡ଼ିଶା ସମାଚାର /ସୁରେଶ କୁମାର କର):ଜଣେ କବି, ସ୍ୱାଧୀନତା ସଂଗ୍ରାମୀ ,ସାମ୍ବାଦିକ ଭାବରେ ସେ ସାରା ଓଡିଶାରେ ପରିଚିତ ।ଅବିଭକ୍ତ କଟକ ଜିଲ୍ଲା ବିନଝାରପୁର ଥାନା ଵର୍ତମାନ ବରୀ ନିର୍ବାଚନ ମଣ୍ଡଳୀ ଓବ୍ଲକ ଅନ୍ତର୍ଗତ ବାଇଁଶିରିଆ ଗ୍ରାମରେ ସେ ୧୯୨୩ ମସିହା ଅଗଷ୍ଟ ୨୪ ତାରିଖ ନନ୍ଦ ଉତ୍ସବ ଦିନ ଜନ୍ମ ଗ୍ରହଣ କରିଥିଲେ ।ହଜାର ହଜାର ଦେଶାତ୍ମବୋଧକ କବିତା ରଚନା କରି ସେ ଓଡିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିଛନ୍ତି, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି କାରାବରଣ କରିଛନ୍ତି, ଓଡିଆ ସମ୍ବାଦପତ୍ର ‘ସମାଜ ‘ରେ ୩୧ ବର୍ଷ ସହ ସଂପାଦକ ର ଦାୟିତ୍ବ ନିର୍ବାହ କରିଛନ୍ତି ,ସେ ମଧ୍ୟ’ ଉତ୍କଳ ପ୍ରସଙ୍ଗ’ ପତ୍ରିକାର ପୂର୍ବତନ ସଂପାଦକ ।
ତାଙ୍କ ରଚିତ କବିତା ପାଠ୍ୟ ପୁସ୍ତକ ରେ ପ୍ରଚଳିତ ।ସେ ମଧ୍ୟ ଆକାଶବାଣୀ କଟକ, ବ୍ରହ୍ମପୁର, ଜୟପୁର ଓ ଦୂରଦର୍ଶନ କେନ୍ଦ୍ର ର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର । ଆଜି ସେ ଆମ ଗହଣ ରେ ନାହାନ୍ତି ,ମାତ୍ର ସେ ବଞ୍ଚିଥିଲେ ତାଙ୍କୁ ୧୦୦ ବର୍ଷ ହୋଇଥାନ୍ତା ।
ଯାଜପୁର ଜିଲ୍ଲାର ଅନ୍ୟତମ ସୁଯୋଗ୍ୟ ସନ୍ତାନ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାର ଆବଶ୍ୟକତା ବର୍ତ୍ତମାନ ସମୟରେ ଅନୁଭବ କରାଯାଏ ।