କଣ୍ଟାବାଞ୍ଜି, ୨୦/୧୨/୨୦୨୨ (ଓଡ଼ିଶା ସମାଚାର)- ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ୍ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ସୂଚନା। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ର ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧରଣ ଲୋକ। ଆଜି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା । ତାଙ୍କର ମୃତଦେହ ବଲାଙ୍ଗୀର ରେ ବ୍ୟବଚ୍ଛେଦ କରାଯିବ।କିଏ କହୁଛି ଜେଲ ପଛପଟେ ଏକ ଛୋଟ ଗଛରେ ଗାମୁଛାରେ ସେ ଆତ୍ମହତ୍ୟା କରିଛନ୍ତି । ଆଉ କିଏ କହୁଛନ୍ତି ବାଥରୁମ୍ କବାଟ ରେ ଝୁଲିପଡ଼ିଥିଲେ । ତାଙ୍କ ସହିତ ସୁରକ୍ଷା ଢ଼ିଲା ଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଗୋବିନ୍ଦ ସାହୁ କୁ ମାରିଦିଆଯାଇଥିବା ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି । ହାଇକୋର୍ଟର ଜଣେ ବିଚାରପତି ଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଯଦି ଆତ୍ମ ହତ୍ୟା କରିଛନ୍ତି , ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ।
୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଗିରଫ କରାଯାଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୁଲିସ ବାରାକରୁ ସେ ଫେରାର ହୋଇଯାଇଥିଲେ। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟଚାଲାଣ କରାଯାଇଥିଲା।
Home / ତାଜା ଖବର / ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା