Friday , February 3 2023
Home / ବିଶେଷ / ବାମରା ଗ୍ରାମରେ ଅଗ୍ନୀ କାଣ୍ଡ, ୩୫ ଛେଳି ଓ ୧ ଗାଈ ମୃତ , ୪ ଗାଈ ଆହତ 

ବାମରା ଗ୍ରାମରେ ଅଗ୍ନୀ କାଣ୍ଡ, ୩୫ ଛେଳି ଓ ୧ ଗାଈ ମୃତ , ୪ ଗାଈ ଆହତ 

ଗରଦପୁର, ୨୦/୧୨/୨୦୨୨ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତସ୍ଥିତ ବାମରା ଗ୍ରାମର ଭଗବାନ ନାୟକଙ୍କ ବାସ ଗୃହ ଓ ଗୁହାଳ ଘର ମୋଟ୍ ୩ ବଖରା ଚାଳ ଛପର ଘରେ ଅଗ୍ନୀକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏଥିରେ ୩୫ ଟି ଗୃହପାଳିତ ଛେଳି ଓ ଗୋଟିଏ ଗାଈ ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ୪ ଟି ଗାଈ ମଧ୍ୟ ଆହତ ହୋଇଛନ୍ତି । ଅଗ୍ନୀକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଗରଦପୁର ଓ କୋରୁଆ ର ହମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ସବୁ ପୋଡ଼ି ଛାର ଖାର ହୋଇ ଯାଇଥିଲା । ଭଗବାନ ନାୟକ ଙ୍କ ପରିବାର ଜୀବନ ରକ୍ଷା ପାଇଥିଲେ ମଧ୍ୟ ଗୃହ ପାଳିତ ପଶୁ ଓ ଆସବାବ ପତ୍ର ଜଳି ଯାଇଥିଲା । ଏଭଳି ଦୁଃଖଦ ଖବର ପାଇ ବିଜେଡ଼ିର ବରିଷ୍ଠ ନେତା ରବି ସାମଲ ଘଟଣାସ୍ଥଳରେ ପହଂଚି କ୍ଷତିଗ୍ରସ୍ତ ପରିବାରକୁ ନଗଦ ୫ ହଜାର ଟଙ୍କା ଓ କମ୍ବଳ ପ୍ରଦାନ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ । ଏଥି ସହିତ ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗରଦପୁର ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ଏହି ସମୟରେ ପାଟଡ଼ ସରପଂଚ ପ୍ରତିନିଧି ପ୍ରତାପ ସ୍ୱାଇଁ, ତଳକୁସୁମା ସରପଂଚ ପ୍ରତିନିଧି ଅଶୋକ ଜେନା , ସତ୍ୟଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.