ଟାଙ୍ଗୀ, ୧୯/୧୨/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଵଡପାରୀ ସାଗୁଆ ଷ୍ଟାଡିୟମରେ ବଡପାରୀ ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ୩-୧ ଗୋଲ ଭୁବନେଶ୍ୱର ସାନ କ୍ଲବ ନୟାଗଡ଼ ଖଣ୍ଡପଡ଼ା କ୍ଳବକୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗ ଦେଇ ମାନପତ୍ର, ଟ୍ରଫି ପାଇବାର ମନୋଭାବ ନେଇ ଖେଳିବା ଛାଡ଼ି ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ।
ଖେଳରେ ହାରଜତି ଲାଗିରହିଛି ତେଣୁ ଦୃଢ଼ ସଂକଳ୍ପ ନେଇ ଖେଳିଲେ ନିଶ୍ଚୟ ବିଜୟ ର ସ୍ଵାଦ ଅନୁଭବ କରିହେବ ବୋଲି ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ସରପଂଚ ପ୍ରଫୁଲ୍ଲ କୁମାର ଦାସ ଓ ନାଏବ ସରପଂଚ ମାନସ ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗଦେଇ ରନର୍ଷ ଅପ୍ ଓ ବିଜେତା ଦଳକୁ ପୁରସ୍କାର , ଟ୍ରଫି ପ୍ରଦାନ କରିଥିଲେ ।