Thursday , February 2 2023
Breaking News
Home / ବିଶେଷ / ହାଇମାକ୍ସ ଲାଇଟ ଲଗାଇଲେ ଯୁବ ସଂଗଠକ

ହାଇମାକ୍ସ ଲାଇଟ ଲଗାଇଲେ ଯୁବ ସଂଗଠକ

 ନିରାକାରପୁର, ୧୯/୧୨/୨୦୨୨ (ଓଡ଼ିଶା ସମାଚାର)-ଟାଙ୍ଗୀ ବ୍ଳକ ଡିଆ ପଞ୍ଚାୟତ ୧୧ନମ୍ବର ୱାର୍ଡ ହରିଜନ ସାହିରେ ଯୁବ ସମାଜସେବୀ ରଞ୍ଜନ ଦାଶଙ୍କ ସହାୟତାରେ ଏକ ହାଇମାକ୍ସ ଲାଇଟ୍ ଲଗାଯାଇଛି। ସାହିର ମା ଠାକୁରାଣୀ ଙ୍କ ମନ୍ଦିର ଓ ବଡ ପୋଖରି ବନ୍ଧ ନିକଟରେ ହାଇମାକ୍ସ ଲାଇଟ୍ ଲଗାଯାଇଛି । ଏହି କାର୍ଯ୍ୟକ୍ରମକୁ କାଶିପୁର ଗ୍ରାମର ରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ   କିଛି  ସ୍ଵେଛାସେଵୀ   ସାମିଲ ଥିଲେ । ଏ ବାବଦରେ ସରକାର ଗ୍ରାମ ପଞ୍ଚାୟତର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଯୋଜନା ବାଟବଣା ହୋଇ ଲାଇଟ୍,ପାନିୟ ଜଳ, ରାସ୍ତା,ପରିମଳ ସମସ୍ୟା ବଢ଼ିଚାଲିଛି । ଆଗାମୀ ଦିନରେ ପଞ୍ଚାୟତ ବିଭିନ୍ନ ସମସ୍ୟାକୁ ଦୁର କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ଚେଷ୍ଟା କରିବେ ବୋଲି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published.