ଲକ୍ଷ୍ମୀପୁର,୧୯/୧୨/୨୦୨୨(ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକକୁ ସବଡିଭିଜନ ମାନ୍ୟାତା ପାଇଁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ ସର୍ବଦଳିୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଚାରୋଟି ବ୍ଲକର ଜନ ସାଧାରଣ ଓ ସର୍ବଦଳିୟ ଛୋଟ ବଡ ନେତା ଯୋଗ ଦେଇଥିଲେ। ଆଗାମି ଦିନରେ ଲକ୍ଷ୍ମୀପୁର,ଦସମନ୍ତପୁର,ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଲୋକେ ଏକାଠି ହୋଇ ପ୍ରଶାସନ ଆଗରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତି ନିଆଯାଇଛି।ପ୍ରକାଶ ଥାଉକି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିରେ ଥିବା ଚାରୋଟି ବ୍ଲକ ଜିଲ୍ଲା ହେଡକ୍ଵାର୍ଟର ଠାରୁ ଅନେକ ଦୁରତାରେ ରହିଛି।ପ୍ରତ୍ୟେକ କାର୍ୟ୍ୟରେ ଜିଲ୍ଲା ହେଡ କ୍ଵାଟରେକୁ ଯିବା ପାଇଁ ଲୋକେ ଅନେକ ଅସୁବିଧାର ସମୁଖୀନ ହେଉଥିବାରୁ ଲକ୍ଷ୍ମୀପୁର ବ୍ଲକକୁ ସବଡିଭିଜ ମାନ୍ୟତା ଘୋଷଣା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ବର୍ତମାନ ଏହି ଚାରୋଟି ବ୍ଲକ ବାସୀଙ୍କ ସମେତ ପୁର୍ବତନ ଓ ବର୍ତମାନର ସର୍ବଦଳିୟ ଲୋକ ପ୍ରତିନିଧି ମାନେ ସ୍ଵର ଉଠାଇଛନ୍ତି। ଆଗକୁ ଶାନ୍ତ ପରିବେଶ ମଧ୍ୟରେ ଅଶାନ୍ତର ଝଡ ଉଠିବା ପୁର୍ବରୁ ରାଜ୍ୟ ସରକାର ଲକ୍ଷ୍ମୀପୁର ବ୍ଲକକୁ ସବଡିଭିଜନ ଘୋଷଣା କରିବା ଜରୁରୀ ହୋଇ ପଡିଛି।