ଗରଦପୁର, ୧୯/୧୨/୨୦୨୨ (ଓଡ଼ିଶା ସମାଚାର)- ଗତକାଲି ରାତିରେ ପାଟକୁରା ଥାନା ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଠାରେ ଥିବା ସିରିଡ଼ିସାଇ ମନ୍ଦିର ର କବାଟ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଦନ ଅର୍ଥ ଚୋରୀ ହୋଇଛି । ଏ ସମ୍ପର୍କରେ ଆଜି ସକାଳେ ଜଣାପଡ଼ିବା ପରେ ପାଟକୁରା ଥାନାକୁ ଖବର ଦିଆଯାଇଥିଲା ।
ଖବର ପାଇ କୁଦାନଗରୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସୁନ୍ଦରାୟ ମନ୍ଦିର ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଥରେ ଏହିପରି ବସନ୍ତପୁର ସିରିଡ଼ିସାଇ ମନ୍ଦିର ର କବାଟ ତାଲା ଭାଙ୍ଗି ହୁଣ୍ଡିରେ ଥିବା ଦନ ଅର୍ଥ ଚୋରୀ ହୋଇଥିଲା ।
ସେ ଚୋରୀ ର ପୁଲିସ ଏପର୍ଯ୍ୟନ୍ତ ପର୍ଦ୍ଧାଫାସ କରିପାରିନାହିଁ । ତେବେ ସେହି ଚୋରୀ ପରେ ମନ୍ଦିର ରେ ସିସିଟିଭି ଲଗାଯାଇଥିଲେ ମଧ୍ୟ ପୁଣି ଦ୍ୱିତୀୟ ଥର ଏଭଳି ଚୋରୀ ହୋଇଛି ।