କଟକ ସଦର , ୧୯/୧୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଷ୍ଟ୍ରୀୟ ମୂଲ୍ୟାୟନ ଓ ପ୍ରତ୍ୟାୟନ ପରିଷଦ (ନାକ୍) ଦ୍ୱାରା ଵି ଗ୍ରେଡ ମାନ୍ୟତା ପ୍ରାପ୍ତ କନ୍ଦରପୁର ଡିଗ୍ରୀ କଲେଜରେ ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଆଗେଇ ଚାଲିଛି। ୭୦ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ଦୁଇ ମହଲା ବିଶିଷ୍ଟ କୋଠା ସମ୍ପୁର୍ଣ୍ଣ ହୋଇଥିଲା ଵେଳେ ୧୦ ଲକ୍ଷ ଟଙ୍କା ଅଟକଳରେ ଅନ୍ୟ ଏକ ଶ୍ରେଣୀ କୋଠା ନିର୍ମାଣ ଚାଲିଛି।
ସେହିପରି ୧୦ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ନିର୍ମାଣ ହେଵାକୁ ଥିବା ଅନ୍ୟ ଏକ କୋଠା ନିର୍ମାଣ ପାଇଁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଆଜି (ସୋମବାର ଦିନ) ଶିଳାନ୍ୟାସ କରିଥିବା ଜଣାପଡିଛି। ହେଲେ ବୈଷୟିକ ଜ୍ଞାନ କୈଶଳ ଅଭାବରୁ ନିର୍ମାଣ କରାଯାଇଥିଵା ୭୦ ଲକ୍ଷିଆ କୋଠାରେ ତୃଟି ବିଚ୍ୟୁତି ଦେଖାଦେବା ସହ ଏହାର ସ୍ଥାୟୀତ୍ବ ପ୍ରତି ଅଙ୍ଗୁଳି ଉଠିଛି। ଏଥିପାଇଁ ସହକାରୀ ଯନ୍ତ୍ରୀଙ୍କୁ ଦାୟି କରାଯାଉଥିବା ବେଳେ ତାଙ୍କ ନିଜସ୍ଵ ଜ୍ଞାନ କୈ।ଶଳରେ ୭ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ପୁରୁଣା ବିପଦପୂର୍ଣ୍ଣ ପୋଲକୁ ଭଙ୍ଗା ନଯାଇ ନୂଆ କରାଯିଵା ପ୍ରମାଣ ଯୋଗ୍ୟ ବୋଲି ଅଭିଯୋଗ ହେଉଛି।
ସଦରର ବିକାଶ ପଥରେ ସହକାରୀ ଯନ୍ତ୍ରୀଙ୍କର ଯେପରି ଵାଧକ ନହୁଏ ସେଥିପ୍ରତି ବିଧାୟକ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବିଧାୟକଙ୍କୁ କଲେଜରେ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ର,ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳଙ୍କ ସମେତ ସମସ୍ତ ଅନ୍ତେବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।