ଭୁବନେଶ୍ୱର, ୧୯/୧୨/୨୦୨୨ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତ କରି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଉଭୟ ମୁଖ୍ୟ ଓ ଅଭ୍ୟାସ ପଡ଼ିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପିଚ୍ ଓ ହାଇମାସ୍କ ଲାଇଟ ଯାଞ୍ଚ ପରେ ଖେଳ ପାଇଁ ଲାଇସେନ୍ସ ମିଳିଛି।
ପୁରୁଷ ହକି ବିଶ୍ବକପର ୨୦ଟି ମ୍ୟାଚ୍ ରାଉରକେଲାରେ ଖେଳାଯିବ। ପ୍ରଥମ ମ୍ୟାଚ ଆସନ୍ତା ଜାନୁଆରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ। ରାଉରକେଲା ବିମାନ ବନ୍ଦର ନିର୍ମାଣ ଶେଷ ହୋଇଥିବା ବେଳେ ଉଡାଣ ଯୋଜନାରେ ଖେଳାଳିଙ୍କ ପାଇଁ ୪ଟି ବିମାନ ସୁବିଧା ମିଳିବ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ଆସିବାକୁ ଥିବାରୁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ, ବିଭିନ୍ନ ସ୍ଥାନରେ ଏଲଇଡି ସହ ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦିର ସୁବିଧା କରାଯାଉଛି।
Home / କ୍ରୀଡ଼ା / ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା