Thursday , February 2 2023
Breaking News
Home / ବିଶେଷ / କେବେ ମିଳିବ  ସାଲେପୁରକୁ  ଏନଏସି ର  ମାନ୍ୟତା : କେଉଁ ଆଧାର ରେ କମ ଅଛି ସାଲେପୁର ?

କେବେ ମିଳିବ  ସାଲେପୁରକୁ  ଏନଏସି ର  ମାନ୍ୟତା : କେଉଁ ଆଧାର ରେ କମ ଅଛି ସାଲେପୁର ?

ସାଲେପୁର, ୧୮/୧୨/୨୦୨୨( ଓଡିଶା ସମାଚାର/ ଅଭୟ ଜେନା ) -ସାଲେପୁର ସହରାଞ୍ଚଳ କୁ   ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି ) ମାନ୍ୟତା ଦିଆଯିବା ନିମନ୍ତେ  ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲେ ହେଁ,  ଅଦ୍ୟାବଧି କାର୍ୟ୍ୟକାରୀ ହୋଇ ପାରୁନାହଁ  । ସାଲେପୁର ସହରକୁ ଏନ୍ଏସି ର ମାନ୍ୟତା ପ୍ରଦାନ ନିମନ୍ତେ ବିଗତ, ୧୯୮୫ ପରବର୍ତ୍ତୀ ସମୟରୁ ଦାବି ହୋଇଆସୁଥିବା ବେଳେ, ୧୯୮୯ରେ ଏହା କାର୍ୟ୍ୟକାରୀ ହୋଇଥିଲା । ଏହି କ୍ରମରେ, ଧାମନଗର, ପଟ୍ଟାମୁଣ୍ଡାଇ ଓ ସାଲେପୁର କୁ ଏନଏସି କରାଯିବାକୁ ପ୍ରସ୍ତାବ ନିଆଯାଇଥିଲା ।  ମାତ୍ର ସାଲେପୁର କୁ ଛାଡି ଧାମନଗର ଓ ପଟ୍ଟାମୁଣ୍ଡାଇ କୁ ଏନଏସି ଘୋଷଣା କରାଗଲା । ଦୁର୍ଭାଗ୍ୟ ଜନକ ଭାବେ ସାଲେପୁର ଫାଇଲ ଟି ନଗର ଉନ୍ନୟନ ବିଭାଗର ଶୀତଳ ଭଣ୍ଡାର କୁ ଚାଲିଗଲା । ତତ୍କାଳୀନ ସମୟରେ ସାମ୍ବାଦିକ ଙ୍କ ସିଧାସଳଖ ପ୍ରଶ୍ନର ର ଉତ୍ତର ରେ ସେ ସମୟର ବିଭାଗୀୟ ମନ୍ତ୍ରୀ ବଟ କୃଷ୍ଣ ଜେନା, ନିଜର ଅସହାୟତା ପ୍ରକାଶ କରି, ଏହାକୁ ଚାପି ଦିଆଯାଇଛି ବୋଲି କହିଥିଲେ । ଏ ସଂକ୍ରାନ୍ତ ରେ ତତ୍କାଳୀନ  ଜନୈକ ଅଧିକାରୀ ମଧ୍ୟ୍ୟ ସୂଚନା ଦେଇଥିଲେ ।  ତେବେ  ସାଧାରଣରେଏବେ ମଧ୍ୟ  ପ୍ରଶ୍ନବାଚୀ ସୃଷ୍ଟି ହେବାସ୍ୱାଭାବିକ, କାହାପାଇଁ ଘୋଷଣା ଅଟକିଗଲା ?  ସେ ସମୟରୁ  ଆଜି ପର୍ୟ୍ୟନ୍ତ, ଏତେ ସରକାର ଆସିଥିଲେ ମଧ୍ୟ  ସହରବାସୀ ଙ୍କ ଦାବି କାର୍ୟ୍ୟକାରୀ ହୋଇପାରୁନାହିଁ ।  ଫଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ସାଲେପୁର ପଛରେ ଥିବା ବହୁ ସ୍ଥାନକୁ ସରକାର ଏନଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ସାଲେପୁର ସହର ସବୁ ଦୃଷ୍ଟି କୋଣରୁ ଠିକ୍ ରହିଥିବା ବେଳେ କାହିଁକି  ଏପର୍ୟ୍ୟନ୍ତ ଏନଏସି ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରୁନାହାନ୍ତି। ଅପରପକ୍ଷେ ୨୦୧୧ ଜନଗଣ ଅନୁସାରେ ସାଲେପୁର ସହର ମଧ୍ୟରେ ଥିବା  ଚନ୍ଦ୍ରା ଦେଇ ପୁର ପଞ୍ଚାୟତ ର ଲୋକସଂଖ୍ୟା ୭୭୪୨ ଥିବା ବେଳେ ବାଲିସାହି ପଞ୍ଚାୟତ ର ଲୋକ ସଂଖ୍ୟା ୬୯୩୩ ରହିଅଛି। ସେହିପରି ବାରି ଗୋଳ ପଞ୍ଚାୟତର ଲୋକ ସଂଖ୍ୟା ୪୪୨୬ ଥିବା ବେଳେ ଶିଶୁ ଆ ପଞ୍ଚାୟତର ଲୋକ ସଂଖ୍ୟା ୫୨୧୩ ରହିଛି। ବିଶେଷ କରି ଚନ୍ଦ୍ରାଦେଇ ପୁର ଓ ବାଲିସାହି ପଞ୍ଚାୟତ ସାଲେପୁର ସହରର  ନିକଟବର୍ତ୍ତୀ ଅଟେ। ଏହି ଦୁଇ ଗୋଟି ପଞ୍ଚାୟତରେ ମୋଟ ଜନସଂଖ୍ୟା ୧୪ ହଜାର ୬୭୫ ।କିନ୍ତୁ ଏବେ ଲୋକ ସଂଖ୍ୟା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ୁଛି ।ଏହି ଦୁଇ ଗୋଟି  ପଞ୍ଚାୟତରେ ୧୧୪୦ ଏକର ଚାଷ ଜମି ରହିଥିଲା। ହେଲେ ୧୯୮୦ ରୁ ୨୦୨୧ ମସିହା ସୁଦ୍ଧା ଚାଷ ଜମି ରୁ ପ୍ରାୟ ୧୯୫ ଏକର ଜମି କୁ ଘରବାଡ଼ି କିସମ ରେ ପରିଣତ କରାଯାଇଥିବା ଜଣାପଡିଛି।୨୦୧୧ ଜନଗଣରେ ଚନ୍ଦ୍ରା ଦେଇ ପୁର ପଞ୍ଚାୟତରେ ୧୭୨୮ ଘର ସଂଖ୍ୟା ଥିବା ବେଳେ ବାଲିସାହି ପଞ୍ଚାୟତରେ ୧୬୧୧ ଟି ଘର ସଂଖ୍ୟା ରହିଛି।ଏହି ଦୁଇଟି ପଞ୍ଚାୟତରେ ଚାଷ ଜମି ଘର ବାଡ଼ି ରେ ପରିଣତ ହୋଇ ଏବେ ଉଭୟ ପଞ୍ଚାୟତରେ ପ୍ରାୟ ନୂତନ କରି ୧୫୦୦ ହଜାର ରୁ ଉର୍ଦ୍ଧ ଗୃହ ନିର୍ମାଣ ହୋଇଛି। ଚାଷ ଜମି କିସମ ପରିବର୍ତ୍ତନ ରୁ ଯାହା ଜଣା ପଡ଼ିଛି ଆହୁରି ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଗୃହ ନିର୍ମାଣ କରାଯିବ। ଅପରପକ୍ଷେ ସାଲେପୁର ସହରରେ ୧୨ରୁ ଉର୍ଦ୍ଧ୍ବ  ଜାତୀୟ ଓ ଘରୋଇ କରଣ ବ୍ୟାଙ୍କ୍ ରହିଥିବା ବେଳେ ୧୦ରୁ ଉର୍ଦ୍ଧ  ଘରୋଇ ଅର୍ଥଲଗାଣ କାରୀ ସଂସ୍ଥା,୧୫୦୦ ହଜାରରୁ ଉର୍ଦ୍ଧ୍ବ ଛୋଟ ବଡ଼ ଦୋକାନ ମଧ୍ୟରୁ ୧୦୦ ରୁ ଉର୍ଦ୍ଧ ବଡ଼ ବଡ଼  ବ୍ୟବସାୟିକ ପ୍ରତିଷ୍ଠାନ ରହିଅଛି।ସେହିପରି ୧୫ ରୁ ଉର୍ଦ୍ଧ ସୁନା ଗହଣା ଦୋକାନ ଥିବା ବେଳେ ୬ ରୁ ଉର୍ଦ୍ଧ ବାଇକ ସୋ ରୁମ୍ ରହିଛି।ଏଥିସହ ସାଲେପୁର ସହରେରେ ଉପଖଣ୍ଡ ପୋଲିସ ଅଧିକ୍ଷକ ଙ୍କ କାର୍ୟ୍ୟଳୟ,ଶିକ୍ଷା ମଣ୍ଡଳ କାର୍ୟ୍ୟଳୟ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଅଗ୍ନିଶମ ସେବା କେନ୍ଦ୍ର,ଟ୍ରେଜେରି, ସବ ରେଜିଷ୍ଟ୍ରାର କାର୍ୟ୍ୟାଳୟ,ସ୍ଵୟଂ ଶାସିତ ମହାବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ,ପାନୀୟ ଜଳ ଓ ପରିମଳ ବିଭାଗ କାର୍ୟ୍ୟଳୟ,ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ୟ୍ୟଳୟ,ପୂର୍ତ୍ତ ବିଭାଗର ସବ୍ ଡିଭିଜନ କାର୍ୟ୍ୟଳୟ,ଅବକାରୀ ବିଭାଗ କାର୍ୟ୍ୟଳୟ,ଜୀବନ ବୀମା କାର୍ୟ୍ୟାଳୟ, ସବ  ଡିଭିଜିନାଲ ପୋଷ୍ଟ ଅଫିସ,ଥାନା,ବ୍ଲକ୍,ଓ ତହସିଲ ଆଦି  କାର୍ୟ୍ୟଳୟ ରହିଅଛି। ଏଠାରେ ବିଭିନ୍ନ ବିଭାଗର ପ୍ରାୟତ କାର୍ୟ୍ୟଳୟ ରହିଛି। ଆର୍ଥିକ ବ୍ୟବସ୍ଥାରେ ମଧ୍ୟ ଏହି ସହରାଞ୍ଚଳ ଗୋଟେ ସମ୍ବୃଦ୍ଧ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏନ୍ ଏ ସି ନିମନ୍ତେ  ସାଲେପୁର ସହରରେ  ବିଭିନ୍ନ ବ୍ୟବସ୍ଥା ରହି  ଥିବା ବେଳେ କେଉଁ ଆଧାରରେ ଉକ୍ତ ସହରକୁ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଗୋଷଣା କରୁନାହାନ୍ତି ତାହା ବୁଝା ପଡୁନାହିଁ।ଫଳରେ ସାଲେପୁର ଏକ କ୍ରମ ବର୍ଦ୍ଧିଷ୍ଣୁ  ସହର ରେ ପରିଣତ ହୋଇଥିବା ବେଳେ ଏହାର ଡ୍ରେନେଜ୍ ସିଷ୍ଟମ ନଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା ବାଧା ପ୍ରାପ୍ତ ହେଉଛି।ଏଠାରେ ଆବଶ୍ୟକୀୟ ଯୋଜନା ଅନୁଯାୟୀ ଘରବାଡ଼ି ନିର୍ମାଣ କରାଯାଉନାହିଁ।ମନଇଚ୍ଛା ରାସ୍ତା ନଥାଇ ଗୃହ ନିର୍ମାଣ କରାଯାଉଥିବାରୁ ଜଳ ନିଷ୍କାସନ ଏକ ସମସ୍ୟା ରୂପେ ଦେଖାଯାଇଛି।ରାଜ୍ୟ ସରକାର ତୁରନ୍ତ ସାଲେପୁର କୁ ଏନଏସି ର ମାନ୍ୟତା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published.