ନୟାଗଡ଼, ୧୯/୧୨/୨୦୨୨ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ କୃଷ୍ଣପ୍ରସାଦରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଜମିଜମା ବିବାଦ ତଥା ଅନ୍ୟାନ୍ୟ କିଛି କାରଣରୁ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି। ମୃତକଙ୍କ ନାମ ଅନିରୁଦ୍ଧ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗଣ୍ଡଗୋଳ ଘଟଣାରେ ଦୁଇ ଗୋଷ୍ଠୀର ୫ରୁ ଅଧିକ ଆହତ ହୋଇଛନ୍ତି। ଇଟାମାଟି ପୁଲିସ ଘଟଣା ର ତଦନ୍ତ କରୁଛି ।