Friday , February 3 2023
Home / ବିଶେଷ / କମ୍ପାନୀ ପ୍ରତିଷ୍ଠାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ

କମ୍ପାନୀ ପ୍ରତିଷ୍ଠାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ

ଲକ୍ଷ୍ମୀପୁର, ୧୯/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ କମ୍ପାନୀ ପ୍ରତିଷ୍ଠାକୁ ନେଇ ଆନ୍ଦୋଳନର ନିଆଁ କୁହୁଳୁଛି।କେତେବେଳେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ତାହା କହିବା ମୁସ୍କିଲ୍। ତେଣୁ ଲେଡି ଗୁଡ କହୁଣିକୁ ବହିଯିବା ପୁର୍ବରୁ ରାଜ୍ୟ ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଦରକାର ।ଆମେ କୋଉ ବାହାର କଥା କହୁନାହୁଁ। ଆମ ରାଜ୍ୟର ଆଦିବାସୀ ଅଧୁ୍ୟସିତ କୋରାପୁଟ ଜିଲ୍ଲାର କଥା ଇଏ। ଏଠି ନିରିହ ଆଦିବାସୀ ଲୋକେ ବସ ବାସ କରନ୍ତି। ଏଠାକାର ପାହାଡ ଜଂଗଲ ସେମାନଙ୍କ ପେଟକୁ ଦାନା ଦିଏ। ତଥାପି ଆମ ରାଜ୍ୟର ଅନେକ ଜିଲ୍ଲାରେ କମ୍ପାନୀ ନିର୍ମାଣକୁ ନେଇ ବିରୋଧ ହେଉଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ କମ୍ପାନୀ ପ୍ରତିଷ୍ଠାକୁ ନେଇ ସ୍ଵାଗତ କରାଯାଉଛି।ତଥାପି ଆମ ରାଜ୍ୟ ସରକାର ଟସରୁ ମସ ହେଉ ନାହାନ୍ତି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଉନ୍ନତି ଦିଗରେ ଆଗଉ ବୋଲି ରାଜ୍ୟ ସରକାର କଣ ପାଇଁ ମନ ବଳାଉ ନାହାନ୍ତି ତାହାକୁ ନେଇ ଏବେ ଏଠି ପ୍ରଶ୍ନ ଉଠିଛି। ପ୍ରକାଶ ଥାଉକି ୨୦୦୬/୦୭ ମସିହାରେ କୋରାପୁଟ ଓ ରାୟଗଡା ଜିଲ୍ଲାର ଲକ୍ଷ୍ମୀପୁର ଓ କାଶିପୁର ବ୍ଲକର ସିମାନ୍ତରେ ଏକ ଆଲୁମିନୟମ କମ୍ପାନୀ ପ୍ରତିଷ୍ଠା ହେବାକୁ ନେଇ କମ୍ପାନୀ ତରଫରୁ ସବୁ ବର୍ଗର ଲୋକଙ୍କ ଶତାଧିକ ଏକର ଚାଷ ଜମି ଖରିଦ କରାଯାଇଥିଲା। ଉକ୍ତ ସବୁ ଜମିରେ ଲୋକେ ଚାଷ ବାସ କରି ପରିବାର ଚଳାଉଥିଲେ। କମ୍ପାନୀ ପ୍ରତିଷ୍ଠା ହେଲେ ନିଜନିଜ ପିଲାଛୁଆ ପାଠ ପଢି ଚାକିରି ପାଇବା ଆଶାରେ ଲୋକେ କମ୍ପାନୀକୁ ଜମି ବିକିଲେ। ହେଲେ ବର୍ଷ ପରେ ବର୍ଷ ବିତି ଯାଉଥିଲେ ସୁଧା କମ୍ପାନୀ ପ୍ରତିଷ୍ଠାର କୌଣସି ଗନ୍ଧ ବାସନା ବି ଏଯାଏ ନାହିଁ।ବର୍ତମାନ ଦୀର୍ଘ ୧୫ ବର୍ଷ ଧରି ଜମି ହରା ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ପରିବାର ଚଳାଇବେ କେମିତି ସେହି ଚିନ୍ତା ଘାରୁଛି।ଏନେଇ ଓଡିଆପେଣ୍ଠ ପଞ୍ଚାୟତର ସିଂଗାରାମ ଷ୍ଟେସନ ପାଖେ ଲକ୍ଷ୍ମୀପୁର ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମି ୪ ତାରିଖରେ କୋରାପୁଟ ସାଂସଦ, ଲକ୍ଷ୍ମୀପୁର ବିଧାୟକ,ରାୟଗଡା ବିଧାୟକ,ଲକ୍ଷ୍ମୀପୁର ଓ କାଶିପୁର ବ୍ଲକର ଚେୟାରମ୍ୟାନ୍,ସରପଞ୍ଚ ସମିତି ସଭ୍ୟ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ବୈଠକ ଡାକି କିପରି ଅତିଶିଘ୍ର କମ୍ପାନୀ ପ୍ରତିଷ୍ଠା ହେବ ତାହା ଉପରେ ଆଲୋଚନା କରାଯିବ ବୋଲି ନିଷ୍ପତି ହୋଇଥିଲା। ଆଜିର ଏହି ବୈଠକରେ ଓଡିଆପେଣ୍ଠ,ବିରିଗୁଡା,ରାଜନ ପଣସଗୁଡା,ଭାଲୁଜୋଡି, ସିଂଗାରାମ, ପହଣ୍ଡି,ପୋଡାପାଡି, କଂସାରିଗୁଡା, କାଡାପଦର, ଫୁଲଜଓ୍ଵା, କାଣ୍ଡସିଲ୍, ସୁକ୍ରିପୁଟ, ମାଲିଗୁଡା ବାଙ୍କାମ୍ବ ଗ୍ରାମର ଶହେରୁ ଉର୍ଦ୍ଧ ଲୋକଙ୍କ ସମେତ ଓଡିଆପେଣ୍ଠ ସରପଞ୍ଚ ବଂଶିଧର ମାଣ୍ଡିଙ୍ଗା,ଚମ୍ପି ସରପଞ୍ଚ ମଞ୍ଜି ପ୍ରାସ୍କା ଓ ପୋଡାପାଡି ସରପଞ୍ଚ ଲିଳାବତୀ ମାଣ୍ଡିଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.