Thursday , February 2 2023
Breaking News
Home / ବିଶେଷ / ଉତ୍ସର୍ଗ ହେଲ୍ପ ଲାଇନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିଆରା କାର୍ଯ୍ୟକ୍ରମ ,ଯୋଗ ଦେଲେ ବହୁ ଛାତ୍ରଛାତ୍ରୀ

ଉତ୍ସର୍ଗ ହେଲ୍ପ ଲାଇନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିଆରା କାର୍ଯ୍ୟକ୍ରମ ,ଯୋଗ ଦେଲେ ବହୁ ଛାତ୍ରଛାତ୍ରୀ

ଯାଜପୁର, ୧୯/୧୨/୨୦୨୨ (ଓଡ଼ିଶା ସମାଚାର /ସୁରେଶ କର):ବ୍ୟାସନଗର ସହରରେ ଶିକ୍ଷାର ବିକାଶ ତଥା ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଉତ୍ସର୍ଗ ହେଲ୍ପ ଲାଇନ ସ୍ୱେଚ୍ଛା ସେବୀ ସଂଗଠନ ଯାଜପୁର ତରଫରୁ ଦଳା ସ୍ଥିତ ସେଣ୍ଟ ଜାଭିୟର ଇଣ୍ଟର ନେସନାଲ ହାଇସ୍କୁଲରେ  ସହରର ସମସ୍ତ ସରକାରୀ ବେସରକାରି ବିଦ୍ୟାଳୟର ୫୦୦ ରୁ ଉର୍ଦ୍ଧ୍ୱ  ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ  ପ୍ରବନ୍ଧ, ବକୃତା,ଚିତ୍ରଙ୍କନ, ଫ୍ୟାନ୍ସି ଡ୍ରେସର ଟ୍ୟାଲେଣ୍ଟ ହଁଣ୍ଟ ପ୍ରତି ଯୋଗିତା ଶ୍ରୀ ସିମେଣ୍ଟ ସ୍ପଂସଡ଼ରେ ଅନୁଷ୍ଠିତ ହୋଇ ଯାଇଛି। 

 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ସସହରର  ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଣ୍ଡା,ସାମ୍ମାନିତ ଅତିଥିଭାବେ କେଜିଆଇର ଅଧକ୍ଷ ଶିକ୍ଷାବିତ ଇଂ ଆଲେକଜାଣ୍ଡାର ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଭରି ରହିଛି ଅପାର ସମ୍ଭାବନା,ତାହାକୁ ନେଇ କେବଳ ଭଲ ପାଠ ପଢି ଚାକିରି ପଛରେ ଦୈଡିଲେ ଠିକ ହେବନାହିଁ,ନିଜ ପିତା ମାତାଙ୍କ ପ୍ରତି ଥିବା ଗୁର ଦାଇତ୍ୱକୁ ତୁଲାଇ ବାକୁ ପଡିବ ତତ ସହିତ ପଲଥିନ ପ୍ଲାଷ୍ଟିକ ରିସାଇକ୍ଲିନ ରୁ ଗ୍ୟାସ ତିଆରି କରି ବିଦ୍ୟୁତ ଉତ୍ପାଦନ କରିବା ଦୂଷିତ ଜଳକୁ ସରଣକ୍ଷଣ କରି ସେହି ଜଳକୁ ପାନୀୟ ଜଳ ଭାବେ ଗ୍ରହଣ କରିବା ବନ୍ୟା ବାତ୍ୟା ସମୟରେ ଲୋକଙ୍କୁ ଉଧାର କରିବା ସୋଲାର ଲାଇଟ ପ୍ରସ୍ତୁତି ବିଷୟରେ ବୁଝାଇ ଆଜିର ଶିଶୁ କାଲିର ସୁନାଗରିକ ହେବାକୁ ଚେଷ୍ଟାକରିବା ଦରକାର ବୋଲି ମଚାଂସିନ ଅତିଥି  କହିବା ସହିତ  ପରୀକ୍ଷା ସ୍ଥଳୀ ପରି ଦର୍ଶନକରି ବେସ ଖୁସି ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ  ବିଭିନ୍ନ ଆନୁଷ୍ଠାନରୁ ଆସିଥିବା  ବିଚାରକ ମଣ୍ଡଳୀ ସୁରେଶ କର, ବ୍ରଜେଶ୍ବରୀ ସିଂ, ରଞ୍ଜନ କୁମାର ସାହୁ, ସୁମନ ଧଳ ସାମିଲ ହୋଇଥିଲେ। ଏହି ଅବସରେ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ଉତ୍ସର୍ଗ ହେଲ୍ପ ଲାଇନର ବାର୍ଷିକ ଉସ୍ଛବରେ  ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଉତ୍ସାର୍ଗ ସଂଗଠନର ସଭାପତି ରାଜେଶ ରାଉତ ସୂଚନା ଦେବା ସହିତ ଏହି କାର୍ଯ୍ୟକ୍ରମକୁ ସଫଳତା  ପାଇଁ ସହଯୋଗ କରିଥିବାରୁ ସେଣ୍ଟ ଜାଭିୟର ଇଣ୍ଟର ନେସନାଲ ହାଇସ୍କୁଲର ଅଧକ୍ଷ ଆଲେକଜାଣ୍ଡାର ଦାସ ଓ  ସ୍କୁଲର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଶାନ୍ତି ଶୃଙ୍କଳା ରକ୍ଷା କରିବା ସହିତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ  ଉତ୍ସର୍ଗ ପରିବାରର ମନୋଜ ଦାସ,ମୋହନ ମହାରଣା ଲଳିତ ମାଧବ ଦାସ ତବିନ ସାମଲ, ଗୌରୀ ,ପ୍ରକାଶ ଜେନା,ବିବେକ ବେହେରା, ସୋୟଂ ପ୍ରକାଶ,ମନୋଜ ପରିଡା,ରଘୁନାଥ ପାତ୍ର, ରାଜା ପତ୍ର,ଉପସ୍ଥିତ ସହଯୋଗ କରିଥିଲେ।

Leave a Reply

Your email address will not be published.