Friday , February 3 2023
Home / କ୍ରୀଡ଼ା / ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଫାନାଲରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ

ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଫାନାଲରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ

ଭୁବନ ୧୯/୧୨/୨୦୨୨ (ଓଡ଼ିଶା ସମାଚାର)- ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କଟକ ଜିଲ୍ଲା ବାଳି କଲେଜ ଖେଳପଡିଆରେ ଅନୁଷ୍ଠିତ ହେଉଥିବା ଆନ୍ତଃକଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଛି । ଗ୍ରୁପ “ଏ” ରେ ୧୧ ଏବଂ ଗ୍ରୁପ “ବି” ରେ ୧୪ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ କ୍ୱାଟର ଫାଇନାଲ ରେ କଟକ , ଦ୍ୱିତୀୟ କ୍ୱାଟର ଫାଇନାଲରେ ହିନ୍ଦୋଳ ଏବଂ ସେମିଫାଇନାଲରେ ତିର୍ତୋଲ କଲେଜ କୁ ହରାଇ ଭୁବନ ଗ୍ରୁପ “ଏ” ରେ ଶୀର୍ଷ ସ୍ଥାନ ହାସଲ କରିଛି ।
ଆସନ୍ତା ୨୪ ତାରିଖରେ ଗ୍ରୁପ “ବି” ର ବିଜେତା ସହ ଭୁବନ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାନେଜର କୈଳାସ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନରେ ଭୁବନ କଲେଜ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ ବେହେରା ଅଧିନାୟକ ପ୍ରଭାସ କୁମାର ସାହୁ ଙ୍କ ନେତୃତ୍ୱାଧିନ ୧୪ ଜଣିଆ ଦଳ ଓ ମ୍ୟାନେଜର ଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

 

Leave a Reply

Your email address will not be published.