Friday , February 3 2023
Home / ବିଶେଷ / ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 ମାହାଙ୍ଗା, ୧୮/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – କୁମୁଡା ଜୟୀପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କୋଠପଦା ଗାଁ’ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିରୂପା ନଦୀର ଛନ୍ଦାଘାଟ ନିକଟରେ ଥିବା ଏକ କରଞ୍ଜ ଗଛରେ ଜନୈକ ଯୁବକର ମୃତଦେହ ଝୁଲିବା  ଆଲୋଡନ ସୃଷ୍ଟି କରିଛି ।  ଆର୍ଥିକ ଅନଟନ ଓ ମାନସିକ ଦୁଶ୍ଚିନ୍ତାକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିବା ନେଇ ଚର୍ଚ୍ଚା ହେଉଚି । କୋଠପଦା ଗାଁ’ର ପ୍ରଦୀପ୍ତ କିଶୋର ଓରଫ କାଳିଆ ବ୍ୟାଙ୍କ ଋଣରେ ଏକ ଟାଟାଏସି ଗାଡି ଆଣି ନିଜେ ଚଳାଉଥିଲେ  ।  ସେଥିରୁ ରୋଜଗାର ଅର୍ଥରେ ପଟିବାର ଚଳାଉଥିଲେ । ତେବେ ଆର୍ଥିକ ସମସ୍ୟା ଯୋଗୁ ଏହି ଗାଡ଼ିଟିକୁ ଭାକୁଡ଼ ଅଂଚଳରେ ବନ୍ଧକ ରଖି କିଛି ଟଙ୍କା ଆଣିଥିବା ପରିବାର ପକ୍ଷରୁ କୁହା ଯାଉଛି । କରଜ ଦେଇଥିବା ବ୍ୟକ୍ତି ଜଣକ ପ୍ରଦୀପ୍ତଙ୍କ ଠାରୁ ଗାଡିଟିକୁ କିଣିନେବାକୁ ଚାପ ପକାଇବା ପରେ, ପ୍ରଦୀପ୍ତ ଟଙ୍କା ସୁଝି ନିଜ ଗାଡିକୁ ଫେରାଇ ନେବାକୁ ଉଦ୍ୟମ କରି ବିଫଳ ହେବାରୁ, ମାନସିକ ଚାପରେ ଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି । କିଛିଦିନ ହେବ ମାନସିକ ଭାବେ ଭାଙ୍ଗିପଡିଥିବା ପ୍ରଦୀପ୍ତ ଆଜି ଭୋରରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ତା’ଙ୍କ ମାଆ ଓ ପତ୍ନୀ ପୋଲିସକୁ ବୟାନ  ଦେଇଛନ୍ତି । ମୃତକଙ୍କ ପତ୍ନୀଙ୍କ ଏତଲାକୁ ଭିତ୍ତିକରି କୁମୁଡା ଜୟୀପୁର ଫାଣ୍ଡି ପୋଲିସ ଗୋପବନ୍ଧୁ ମଲ୍ଲିକ ଘଟଣା ସ୍ଥଳୀରେ ପହଂଚି,ଶବ ଜବତ ପରେ ବ୍ୟବଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ପ୍ରଦୀପ୍ତ ଜଣେ ପରୋପକାରୀ ଓ ମେଳାପୀ ଯୁବକ ଥିଲା । ଘରେ ବିଧବା ମାଆ, ବିଧବା ପତ୍ନୀ ଓ ଦେଢ଼ ବର୍ଷର ଏକମାତ୍ର ଝିଅ ରହିଥିବା ବେଳେ,ଘରର ଏକମାତ୍ର ରୋଜଗାରକ୍ଷମ ଯୁବକ ପ୍ରଦୀପ୍ତର ମୃତ୍ୟୁ ପରେ ତା’ଙ୍କ ପରିବାରର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇ ପଡିଛି ।

Leave a Reply

Your email address will not be published.