Thursday , February 2 2023
Breaking News
Home / ବିଶେଷ / ମହାନଦୀ ବିହାର ମହିଳା ସମିତି ତରଫରୁ ଆଲୋଚନା ଚକ୍ର

ମହାନଦୀ ବିହାର ମହିଳା ସମିତି ତରଫରୁ ଆଲୋଚନା ଚକ୍ର

କଟକ, ୧୮/୧୨/୨୦୨୨ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ମହାନଦୀ ବିହାର ମହିଳା ସମିତି ତରଫରୁ ସ୍ଥାନୀୟ ମହାନଦୀ ଭବନ ଠାରେ Happiness Index ଉପରେ ଏକ ଆଲୋଚନା ଚକ୍ର ସଭାନେତ୍ରୀ ଇନ୍ଦୁ ଦାଶ,ଆଲୋଚିକା ଡ୍ ଅର୍ପିତା ପ୍ରିୟଦର୍ଶିନୀ ତ୍ରିପାଠୀ,ଜଗନ୍ନାଥ ସାଂସ୍କୃତିକ ପରିଷଦ ର ସଭାପତି ଇ ଗୋପାଳ କୃଷ୍ଣ ବେହେରା, ଡେଭଲପମେଣ୍ଟ ଆସୋସିଏସନ୍ ର ସଭାପତି,ରବି ଶତପଥି,୪୭ ନ ୱାର୍ଡ ରେ କର୍ପୋରେଟର ଇ ସୁବ୍ରତ ଘଡାଇ,ସମିତି ର ଉପଦେଷ୍ଟା ମାଳତୀ ଜେନା ଙ୍କଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି। ଉକ୍ତ କାର୍ଯକ୍ରମ କୁ ନମିତା ଦାଶ,ମଧୁସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ବାସନ୍ତୀ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସାମ୍ପ୍ରତିକ ଜୀବନ ଶୈଳରେ ସୁଖ ଓ ଆନନ୍ଦ ମୟ ଜୀବନ ପାଇଁ  କି ପ୍ରକାର ଆଚରଣ କରିବା ବିଧେୟ ତାହା ସମ୍ପର୍କରେ ଡ ତ୍ରିପାଠୀ ଙ୍କ ତା ତ୍ୱିକ ଅଭିଭାଷଣ ରେ ଶ୍ରୋତା ମାନେ ଅଭିଭୂତ ହୋଇଥିଲେ।ସାଇନ୍ସ ଅଫ ଅୱାରେ ଲିଭିଂ ପରିବାର ଓ MDA ର ସହ ସମ୍ପାଦକ ଶ୍ରୀ ହିମାଂଶୁ ଷଡ଼ଙ୍ଗୀ ଏଥିରେ ସହଯୋଗ କରି କାର୍ଯକ୍ରମ ଟିକୁ ସଫଳ କରିଥିଲେ।

Leave a Reply

Your email address will not be published.